ମନୋରଞ୍ଜନ

କେବେ ସନ୍ଧ୍ୟା ତ କେ‌େବ ମାଳତୀ, ଏବେ ଫୁଲ – Kalinga News

[ad_1]

ଆର୍ଲିନ୍ ଅଙ୍କିତା। ଏହି ନାଆଁ ଓଡ଼ିଆ ସିନେପ୍ରେମୀଙ୍କ ନିକଟରେ ଅଜଣା ନୁହେଁ। ନିଜ ଅଭିନୟର ଯାଦୁ ଓ ସୌନ୍ଦର୍ଯ୍ୟ ଜରିଆରେ ସେ ଦର୍ଶକ ଓ ସମୀକ୍ଷକଙ୍କ ନିକଟତର ହୋଇଛନ୍ତି। ଇଏ ହେଉଛନ୍ତି ସେହି ଆର୍ଲିନ୍ ଅଙ୍କିତା, ଯାହାଙ୍କୁ ଦର୍ଶକ ପ୍ରଥମେ ‘ତରଙ୍ଗ’ରେ ପ୍ରସାରିତ ଟେଲିସିନେମା ‘ଅଧାଲେଖା ଗପ’ରେ ଦେଖିବାକୁ ପାଇଥିଲେ। ଏଥିରେ ଅଭିଷେକଙ୍କ ସହ ତାଙ୍କର ଯୋଡ଼ି ବେଶ୍‌ ଜମିଥିଲା। ଏହାପରେ ସେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ବିଛା ଗ୍ୟାଙ୍ଗ୍‌’ରେ ବି ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ନାୟକ ଥିଲେ ଦୀପକ।

‘ଅଧାଲେଖା ଗପ’ରେ ଆର୍ଲିନ୍ ଅଙ୍କିତାଙ୍କ ଅଭିନୀତ ଚରିତ୍ର ଥିଲା ‘ସନ୍ଧ୍ୟା’। ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ‘ଅଧାଲେଖା ଗପ’ର ସୁଟିଂ କୋଣାର୍କରେ ଚାଲୁଥିବା ବେଳେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ତାଙ୍କୁ ପ୍ରଥମ ସିନେମାର ଅଫର୍ ଦେଇଥିଲେ। ଏପରି ଭାବେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ମାୟାବୀ’। ଏଥିରେ ମୁଖ୍ୟ ନାୟିକା ଭୂମିକାରେ ନ ଥିଲେ ବି ଆର୍ଲିନ୍ ଅଙ୍କିତାଙ୍କ ଚରିତ୍ର ବି ବେଶ୍ ଦମ୍‌ଦାର ଥିଲା। ଏହି ସିନେମାରେ ତାଙ୍କୁ ମାଳତୀ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। କହିବା ବାହୁଲ୍ୟ ‘ମାୟାବୀ’ରେ ଅମ୍ଳାନ ଓ ଭୂମିକା ଲିଡ୍ ରୋଲ୍‌ରେ ନଜର ଆସିଥିଲେ। ଆର୍ଲିନ୍ ଅଙ୍କିତାଙ୍କର ଏବେ ବେଶ୍ କେତୋଟି ଓଡ଼ିଆ ଛବି ପାଇପ୍ ଲାଇନ୍‌ରେ ରହିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ତଥା ବାସୁଦେବ ବରାଡ଼ଙ୍କ ନିର୍ଦ୍ଦେଶିତ ‘ହେ ରାମ, କର୍ମ ହିଁ ଧର୍ମ’। ଏଥିରେ ତାଙ୍କ ଅଭିନୀତ ଚରିତ୍ର ହେଲା ‘ଫୁଲ’। ଫିଲ୍ମର ନାୟିକା ଫୁଲ ଜଣେ ସରଳ ନିରୀହ କୋରାପୁଟିଆ ଝିଅ। ଏହି ସିନେମାରେ ତାଙ୍କୁ ଜଣାଶୁଣା ନାୟକ ସମ୍ବିତଙ୍କ ସହ ଦେଖିବାକୁ ମିଳିବ। ସନ୍ଧ୍ୟା ହେଉ କି ମାଳତୀ କି ଫୁଲ, ସବୁ ଚରିତ୍ରକୁ ଜୀବନ୍ତ କରିବା ଲାଗି ଶତ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହନ୍ତି ଆର୍ଲିନ୍ ଅଙ୍କିତା। ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଆର୍ଲିନ୍ ପାଠପଢ଼ା ସାଙ୍ଗକୁ ଅଭିନୟ ପାଇଁ ସମୟ ବାହାର କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button