ମନୋରଞ୍ଜନ

ହାଟ୍ରିକ୍ ଅପେକ୍ଷାରେ ସ୍ୱରାଜ-ଭୂମିକା ଯୋଡ଼ି – Kalinga News

[ad_1]

ହାଟ୍ରିକ୍ କରିବେ ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା। ଏହି ଯୋଡ଼ିଙ୍କର ଦୁଇଟି ଓଡ଼ିଆ ଛବି ଆଗରୁ ରିଲିଜ୍ ହୋଇସାରିଛି। ଏବେ ତୃତୀୟଟି ଖୁବ୍ ଶୀଘ୍ର ବଡ଼ ପରଦାକୁ ଆସିବ। ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତା’ର ଶୀର୍ଷକ ହେଲା ‘ଟିକେ ଟିକେ ଅଚିହ୍ନା ତୁ’। ଏଥିରେ ସ୍ୱରାଜ-ଭୂମିକାଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ଶୁଭମ୍, କେକେ, ବିଘ୍ନେଶ୍ବର ପଣ୍ଡା ଓ ସୋମା ଭୌମିକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଆମର ଷ୍ଟୁଡିଓ ଏବଂ ଆନ୍ନା ପ୍ରଡକ୍‌ସନର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶକ ହେଉଛନ୍ତି ତାପସ ସରଘରିଆ। ଭରଦ୍ବାଜ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ପ୍ରେମ ଆନନ୍ଦ ଏହାର ସଂଗୀତକାର।

ସୂଚନାଯୋଗ୍ୟ, ସ୍ୱରାଜ-ଭୂମିକା ଯୋଡ଼ି ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ୍‌ର ‘ତୁ ମୋ’ ଲଭ୍‌ଷ୍ଟୋରି’ରେ ଡେବ୍ୟୁ କରିଥିଲେ। ଏହାପରେ ଉଭୟଙ୍କୁ ପୁଣି ‘ତୁ ମୋ’ ଲଭ୍‌ଷ୍ଟୋରି-୨’ରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଦୁଇ ସିନେମାର ବି ନିର୍ଦ୍ଦେଶକ ଥିଲେ ତାପସ ସରଘରିଆ। ଆଉ ପ୍ରେମ ଆନନ୍ଦ ମଧ୍ୟ ସଙ୍ଗୀତକାରର ଦାୟିତ୍ବ ତୁଲାଇଥିଲେ। ଏହି ଯୋଡ଼ିକୁ ଦର୍ଶକ ପୁଣି ପସନ୍ଦ କରିବେ ବୋଲି ଆଶା କରାଯାଉଛି। କହିବା ବାହୁଲ୍ୟ ଯେ, ଉଭୟ ସ୍ବରାଜ ଓ ଭୂମିକା ଶିଶୁ କଳାକାର ଭାବେ ଓଲିଉଡ୍‌ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button