ମନୋରଞ୍ଜନ

ବିଷାକ୍ତ ପୋକ ଛୁଇଁ ହୃଦଘାତର ଶିକାର ହେଲେ ହଲିଉଡ୍ ଅଭିନତା ଜାମି ଡୋର୍ନନ୍ ! – Kalinga News

[ad_1]

ନୂଆଦିଲ୍ଲୀ: ହଲିଉଡ୍ ଚଳଚ୍ଚିତ୍ର ‘ଫିଫଟି ଶେଡସ ଅଫ୍ ଗ୍ରେ’ରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିବା ଅଭିନେତା ଜାମି ଡୋର୍ନନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଖବର ମୁତାବକ, ପର୍ତ୍ତୁଗାଲ ବୁଲିବାକୁ ଯାଇଥିବା ସମୟରେ ଜାମି ଏକ ବିଷାକ୍ତ ପୋକ ଛୁଇଁବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ପୋକ ହେତୁ ଜାମିଙ୍କ ଦେହରେ ହୃଦଘାତ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ଜାମି ଡୋର୍ନନଙ୍କ ବନ୍ଧୁ ଗାର୍ଡନ ସ୍ମାର୍ଟ ଏହି ସୂଚନା ଦେଇଛନ୍ତି। ସ୍ମାର୍ଟଙ୍କର ମଧ୍ୟ ସମାନ ସମସ୍ୟା ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବିବିସିର ଦି ଗୁଡ୍, ଦି ବ୍ୟାଡ୍ ଆଣ୍ଟ ଦ ଅନଏକ୍ସପେକଟେଡ୍ ପୋଡକାଷ୍ଟରେ ଗାର୍ଡନ ସ୍ମାର୍ଟ ଏହା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଉଭୟ ପର୍ତ୍ତୁଗାଲର ଏକ ଗଲ୍ଫିଂ ରିସର୍ଟରେ ଛୁଟି କଟାଇବାକୁ ଯାଇଥିଲେ। ଏହି ସମୟରେ ସେମାନେ ହଠାତ୍ ଅଜବ ଅନୁଭବ କରିବା ଆରମ୍ଭ କଲେ। ଅତ୍ୟଧିକ ମଦ ପିଇଥିବାରୁ ଜାମି ଏବଂ ଗାର୍ଡନ୍ ଏଭଳି ଅନୁଭବ କରୁଥିବା କଥା ପ୍ରଥମେ ଭାବିଥିଲେ ବି ପରେ ଏକ ବିଷାକ୍ତ ପୋକ ପାଇଁ ଏଭଳି ହୋଇଥିବା ଜଣାପଡ଼ିଥିଲା। ବାମ ହାତରେ ଜୋରରେ ଯନ୍ତ୍ରଣା ହେବାରୁ ଆମେ ଦୁହେଁ ହୃଦଘାତର ଶିକାର ହୋଇଛୁ ବୋଲି ଭାବିଥିଲୁ। ହେଲେ ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button