ରାଜନୀତି

କଂଗ୍ରେସ ଛାଡ଼ିଲେ ସୁନ୍ଦରଗଡ଼ର ଜଣାଶୁଣା ନେତା କାଶୀନାଥ – Kalinga News

[ad_1]

ସୁନ୍ଦରଗଡ଼: କଂଗ୍ରେସ ଛାଡ଼ିଲେ ଜିଲ୍ଲାର ଟାଣୁଆ ନେତା କାଶୀନାଥ ରାଉତ। ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତିଙ୍କୁ ଚିଠି ପଠାଇଛନ୍ତି।
ସେ ବହୁଦିନ ଧରି ଜିଲ୍ଲା କଂଗ୍ରେସର ଆଗ ଧାଡ଼ିର ନେତା ଭାବେ ସକ୍ରିୟ ଥିଲେ। ୨୦୧୭ରେ ବିଜେଡି-କଂଗ୍ରେସ ମେଣ୍ଟରେ ଗଠିତ ଜିଲ୍ଲା ପରିଷଦରେ ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ସହ ସେ ଦଳର ଜିଲ୍ଲା ଉପସଭାପତି ରୂପେ ନିଯୁକ୍ତ ଥିଲେ। ବିଜେଡି ନେତା ଯୋଗେଶ ସିଂଙ୍କ ପାଖ ଲୋକ ଭାବେ ଜଣାଶୁଣା କାଶୀନାଥ କିଛି ଦିନ ତଳେ ଯୋଗେଶଙ୍କ ସହ ବିଜେଡିର ଏକ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ। କଂଗ୍ରେସ ନେତା କିପରି ବିଜେଡି ବୈଠକରେ ଉପସ୍ଥିତ ରହିଲେ ବୋଲି ଖୋଦ୍ କଂଗ୍ରେସର କିଛି କର୍ମକର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ। ତେବେ ନିକଟରେ ନିର୍ବାଚନ ଥିବାବେଳେ କାଶୀନାଥ ଦଳ ଛାଡ଼ିବା କଂଗ୍ରେସ ପାଇଁ ବଡ଼ ଝଟକା ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button