ମାର୍ଚ୍ଚ ୧୩ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ – Kalinga News

[ad_1]
ନୂଆଦିଲ୍ଲୀ: ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ କମିସନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତି ଚାଲିଛି ତାହା ଜାଣିବାପାଇଁ କମିସନ ବିଭିନ୍ନ ରାଜ୍ୟ ବୁଲୁଛନ୍ତି ଏବଂ ଏହା ଶେଷ ହେବାପରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ନିର୍ବାଚନ କମିସନ ସୂତ୍ରରୁ ଏହା ଜଣାପଡ଼ିଛି। ନିର୍ବାହଚନ କମିସନ ଅଧିକାରୀମାନେ ଏବେ ତାମିଲନାଡ଼ୁ ଗସ୍ତ କରିଛନ୍ତି। ଏହାପରେ ଅଧିକାରୀମାନେ ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଗସ୍ତ କରିବେ। ନିର୍ବାଚନ କମିସନ ଅଧିକାରୀଙ୍କ ରାଜ୍ୟ ଗସ୍ତ ମାର୍ଚ୍ଚ ୧୩ ପୂର୍ବରୁ ଶେଷ ହେବ। କମିସନ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସରମାନଙ୍କ ସହ ନିୟମିତ ବୈଠକ କରୁଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବା ଚନ ପ୍ରକ୍ରିୟା ପାଇଁ ନିର୍ବାଚନ କମିସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନୋଲୋଜି ମୁତୟନ କରିଛନ୍ତି। ମେ’ ପୂର୍ବରୁ ନିର୍ବାଚନ ହେବ। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ୯୬.୮୮ କୋଟି ଲୋକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ଯୋଗ୍ୟ। ଅତିରିକ୍ତ ଭାବେ ୧୮-୧୯ ବର୍ଷ ବୟସ ମଧ୍ୟରେ ୧.୮୫ କୋଟି ଲୋକ ଭୋଟ୍ ଦେବାପାଇଁ ପଞ୍ଜିକରଣ କରିଛନ୍ତି।
[ad_2]