ଅପରାଧ

ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ହେଲେ ୧୦କିଲୋ ଓଜନ ହ୍ରାସ କରିବାକୁ ପଡ଼ିବ:ଜିଶାନ ସିଦ୍ଦିକି – Kalinga News

[ad_1]

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ମୁମ୍ବାଇ ଯୁବ କଂଗ୍ରେସ ସଭାପତି ପଦରୁ ହଟାଇ ଦିଆଯାଇଛି।

ଗୁରୁବାର ଜିଶାନ ସିଦ୍ଦିକି ଦାବି କରି କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ହେଲେ ମୋତେ ୧୦କିଲୋ ଓଜନ ହ୍ରାସ କରିବାକୁ ହେବ। ମହାରାଷ୍ଟ୍ରର ନାନ୍ଦେଡରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଆୟୋଜନ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧିଙ୍କ ନିକଟବର୍ତ୍ତୀ ଲୋକମାନେ ମୋତେ କହିଥିଲେ ଯେ ଯଦି ମୁଁ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଇଚ୍ଛା ରଖିଛି ତେବେ ମୋତେ ୧୦କିଲୋ ଓଜନ ହ୍ରାସ କରିବାକୁ ପଡ଼ିବ।’

ଏଥିସହିତ ସିଦ୍ଦିକି କହିଛନ୍ତି ଯେ କଂଗ୍ରେସରେ ସଂଖ୍ୟାଲଘୁ ନେତାମାନଙ୍କୁ ଅସଦାଚରଣ କରାଯାଉଛି। ଦଳରେ ଭେଦଭାବ ଓ ସାମ୍ପ୍ରଦାୟିକ ଆଭିମୁଖ୍ୟ ରହିଛି। ଯାହାକି ଗ୍ରହଣୀୟ ନୁହେଁ।କଂଗ୍ରେସରେ ସଂଖ୍ୟାଲଘୁ ନେତା ଓ ଶ୍ରମିକଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଉଛି ତାହା ଦୁର୍ଭାଗ୍ୟଜନକ।

କଂଗ୍ରେସ ଏବଂ ମୁମ୍ବାଇ ଯୁବ କଂଗ୍ରେସରେ ସାମ୍ପ୍ରଦାୟିକତାର ସ୍ତର ଅନ୍ୟ ସ୍ଥାନଠାରୁ ଭିନ୍ନ। କ’ଣ କଂଗ୍ରେସରେ ମୁସଲମାନ ରହିବା ପାପ? ଦଳକୁ ଉତ୍ତର ଦେବାକୁ ହେବ। ମୋତେ କାହିଁକି ଆକ୍ଷେପ କରାଯାଉଛି। କ’ଣ ଏଥିପାଇଁ କି ମୁଁ ଜଣେ ମୁସଲମାନ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button