ଭିଡ଼ ହିଂସାର ଶିକାର ହୋଇଥିବା ଭିନ୍ନ ଧର୍ମର ଦମ୍ପତିଙ୍କ ଭିିଡିଓ ଭାଇରାଲ୍ ହେବା ପରେ ୪ ଗିରଫ – Kalinga News

[ad_1]
ହାଇଦ୍ରାବାଦ: ସୋମବାର ହାଇଦ୍ରାବାଦରେ ଭିନ୍ନ ଧର୍ମରେ ବିବାହ କରିଥିବା ଏକ ଦମ୍ପତିଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିମିନାର ପୁଲିସ୍ ତଦନ୍ତ ଆରମ୍ଭ କରି ଚାରି ଜଣଙ୍କୁ ଗିରଫ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ଫୁଟେଜରେ ଅନେକ ମୁସଲମାନ ପୁରୁଷ ଏକ ଶିଶୁକୁ କାଖେଇ ବୁର୍କାରେ ଥିବା ଜଣେ ମହିଳାଙ୍କ ସହ ଜଣେ ପୁରୁଷଙ୍କୁ ଧମକାଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତମାନେ ପୁରୁଷଙ୍କୁ ଧମକାଇ ତାଙ୍କ ଆଧାରାକାର୍ଡ ଓ ଧର୍ମ ପରିଚୟ ପତ୍ର ଦେଖାଇବାକୁ କହୁଛନ୍ତି। ଜଣେ ମୁସଲମାନ ମହିଳାଙ୍କ ସହ ଚାର୍ମିନାରରେ ତାଙ୍କ ଉପସ୍ଥିତିକୁ ନାପସନ୍ଦ କରି ମାଡ଼ ମାରୁଥିବା ବି ଦେଖିବାକୁ ମିଳିଛି।
ପୁଲିସ ମଙ୍ଗଳବାର ଦିନ ଏକ ମାମଲା ବୁକ୍ କରିଥିଲା ଏବଂ ଅଭିଯୁକ୍ତମାନଙ୍କୁ ଟ୍ରାକ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ତା’ପରଦିନ ଚାରି ଜଣଙ୍କୁ ଗିରଫ କରାଯାଇଛି। ଭାଇରାଲ୍ ଭିଡିଓର ପ୍ରମାଣ ଥିବା ମୋବାଇଲ୍ ଫୋନ୍ ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଛି।
ଚାରିମିନାର ଏସିପି ପି ଚନ୍ଦ୍ରଶେଖର କହିଛନ୍ତି, “ଚାରିଜଣ ବ୍ୟକ୍ତି ଏହି ଦମ୍ପତିଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ମହିଳା ଜଣଙ୍କ ସହ ଏକ ଶିଶୁ ବି ଥିଲେ। ଅଭିଯୁକ୍ତ ଶିଶୁର ମଧ୍ୟ କ୍ଷତି କରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ କୋର୍ଟରେ ହାଜର କରାଯିବ।’’
[ad_2]