ଅପରାଧ

କେନ୍ଦୁଝର ପୁଲିସ ହାତରେ ଜମତାରା ଗ୍ୟାଙ୍ଗର ୪ ସଦସ୍ୟ: ବହୁ ସିମ୍ ଜବତ – Kalinga News

[ad_1]

ଘଷିପୁରା: କେନ୍ଦୁଝର ପୁଲିସକୁ ବଡ଼ ସଫଳତା। କେନ୍ଦୁଝର ପୁଲିସ ହାତରେ ସାଇବର ଠକ ଜମତାରା ଗ୍ୟାଙ୍ଗର ସଦସ୍ୟ। ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ବନ୍ଧା ହୋଇଥିବା ଅଭିଯୁକ୍ତମାନେ ଘଷିପୁରା ଅଞ୍ଚଳର ବୋଲି ଜଣାଯାଇଛି। ଏହି ଜମତାରା ଗ୍ୟାଙ୍ଗ ଓଡ଼ିଶାରେ ସକ୍ରିୟ ଥିଲେ। ଜମତାରା ଗ୍ୟାଙ୍ଗର ସଦସ୍ୟ ଓଡ଼ିଶାର୪ ଜଣଙ୍କୁ ନେଟୱର୍କରେ ରଖିଥିଲେ।

ଗୋଟିଏ ସିମ୍ ପିଛା ଦେଉଥିଲେ ୪ ହାଜର ଟଙ୍କା। ବର୍ଷକରେ ୪ ହଜାରରୁ ଅଧିକ ସିମ୍ ଓଡ଼ିଶାରୁ ଆକ୍ଟିଭ୍ ହୋଇଛି। ଗରିବ ଲୋକଙ୍କ ଆଇଡି ଦେଇ ଏମାନେ ସିମ୍ କିଣୁଥିଲେ। ଆକ୍ଟିଭେଟ୍ ସିମକୁ ଝାଡ଼ଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ। ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୁଲିସ ତନାଘନା ଆରମ୍ଭ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ୫ ଶହ ସିମ୍ ଜବତ କରାଯାଇଛି। ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button