ରାଜନୀତି

ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ହେଲା ସହମତି; ୪ଟି ଆସନରେ ନିର୍ବାଚନ ଲଢ଼ିବ ଆପ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ଏବେ ରାଜଧାନୀ ଦିଲ୍ଲୀରେ ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ନେଇ ସହମତି ହୋଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆପ୍‌ ଏବେ ୪ଟି ଆସନରେ ନିର୍ବାଚନ ଲଢ଼ିପାରିବ।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବା ନେଇ ସୂଚନା ମିିଳିଥିବା ବେଳେ ଆପ୍‌ ୪ଟି ଓ କଂଗ୍ରେସ ୩ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ଖବର ରହିଛି।

ଆଜି କଂଗ୍ରେସର ମହାସଚିବ କେସି ଭେନୁଗୋପାଲଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା। ସେହି ବୈଠକରେ ବହୁ ଆଲୋଚନା ହେବା ପରେ ଏହି ନିଷ୍କର୍ସ ବାହାରିଛି। ତେବେ ଏପର୍ଯ୍ୟନ୍ତ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ବି କିଛି ସମୟ ପରେ ଘୋଷଣା ହେବ ବୋଲି ଖବର ରହିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ପଞ୍ଜାବରେ କଂଗ୍ରେସ ଓ ଆପ୍ ମିଳିତ ଭାବେ ନିର୍ବାଚନ ନ ଲଢି ଏକା ଏକା ନିର୍ବାଚନ ଲଢିବାକୁ ଉଭୟ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, କଂଗ୍ରେସ ସହ କୌଣସି ମତଭେଦ ନାହିଁ, ହେଲେ ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button