ସ୍ବାମୀଙ୍କଠାରୁ ଅଲଗା ହେଉଥିବା ଘୋଷଣା କରିବାର କିଛି ଦିନ ପରେ ଭାବପ୍ରବଣ ପୋଷ୍ଟ୍ କଲେ ଈଶା – Kalinga News

[ad_1]
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଈଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାର ଘୋଷଣା କିଛିଦିନ ତଳେ କରିଥିଲେ। ଏହାରି ମଧ୍ୟରେ ଇଶା ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ପାଇଁ।

Sambad is now on WhatsApp
Join and get latest news updates delivered to you via WhatsApp
ସେ ନିକଟରେ କରିଥିବା ପୋଷ୍ଟ୍ରେ ଚଷମା ସହ ହ୍ୟାଟ୍ ବି ପିନ୍ଧିଛନ୍ତି। ସକାଳର କଅଁଳ ଖରା ତାଙ୍କ ମୁହଁରେ ପଡ଼ିବା ପରେ ଏକ ଭିନ୍ନ ଚମକ ଦେଖିବାକୁ ମିଳିଛି। ସେ ଏହି ଫଟୋଟିକୁ ପୋଷ୍ଟ୍ କରିବା ସହ ଏକ ଚମତ୍କାର କ୍ୟାପ୍ସନ୍ ବି ଲେଖିଛନ୍ତି। ଇଶା କ୍ୟାପ୍ସନ୍ରେ ଲେଖିଛନ୍ତି, ‘‘କେତେ ବି ଅନ୍ଧାର ହେଉ ପଛେ ଫରକ ପଡୁନି, କାରଣ ଦିନେ ପୁଣି ଥରେ ସୂର୍ଯ୍ୟଙ୍କ କିରଣ ଆଲୋକ ଆଣିଦେବ।’’
ଅଭିନେତ୍ରୀଙ୍କ ପୋଷ୍ଟ୍ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ବୋଲି ସ୍ପଷ୍ଟ ଜଣାପଡୁଛି। ଅନେକ ଲୋକ କମେଣ୍ଟ୍ ସେସନ୍ରେ ତାଙ୍କ ପ୍ରତି ଭଲପାଇବା ଜାହିର କରି ଈଶାଙ୍କୁ ସାହସ ଦେଉଛନ୍ତି।
ସୂଚନା ଥାଉ କି ଯେ ଈଶା ଦେଓଲ, ଧର୍ମେନ୍ଦ୍ର ଏବଂ ହେମା ମାଲିନୀଙ୍କ ବଡ଼ ଝିଅ। କିଛି ଚଳଚ୍ଚିତ୍ର କରିବା ପରେ ସେ ୨୦୧୩ରେ ବ୍ୟବସାୟୀ ଭାରତ ତଖତାନୀଙ୍କୁ ବିବାହ କରିଥିଲେ। ସେମାନେ କିଛି ଦିନ ପୂର୍ବରୁ ଅଲଗା ହୋଇଥିବା କଥା ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ଦୁଇ ଝିଅଙ୍କ ଦାୟିତ୍ୱ ଈଶା ଦେଓଲଙ୍କ ଉପରେ ରହିଛି।
[ad_2]