ଅପରାଧ

ରାସ୍ତାରେ ଓଲଟି ପଡ଼ିଲା ଟ୍ରକ; ଲକ୍ଷାଧିକ ଟଙ୍କାର ଘିଅ ପ୍ୟାକେଟ ଲୁଟି ନେଇଗଲେ ଲୋକେ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରେ ଦୁଇଟି ଟ୍ରକ ମଧ୍ୟ‌ରେ ଧକ୍କା ହୋଇଥିଲା। ଧକ୍କା ହୋଇଥିବା ଦୁଇଟି ଟ୍ରକ ମଧ୍ୟରୁ ଗୋଟିଏରେ ନୂଆବାଇକ ଥିବା ବେଳେ ଅନ୍ୟଟି‌ରେ ଡେୟରି କମ୍ପାନିର ଦେଶୀ ଘିଅ ଭର୍ତ୍ତି ହୋଇଥିଲା।

ଘିଅ ଭର୍ତ୍ତି ଥିବା ଟ୍ରକ ଚାଳକ ଏହି ଘଟଣାକୁ ନେଇ କହିଛନ୍ତି, ଡେୟରି କମ୍ପାନିର ଘିଅ ନେଇ ଚେନ୍ନାଇରୁ ଦିଲ୍ଲୀ ଯାଉଥିବା ବେଳେ ଫାଇନାନ୍ସ କମ୍ପାନିର ଲୋକ ଟ୍ରକକୁ ଜାତୀୟରାଜପଥରେ ଅଟକାଇ ଦେଇଥିଲେ। ଏହାପରେ ସେମାନେ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଟ୍ରକ ରାସ୍ତାପାର୍ଶ୍ବ‌ରେ ଛିଡ଼ା ହୋଇଥିବା ବେଳେ ଆଉ ଏକ ଟ୍ରକ ଦ୍ରୁତଗତିରେ ଅଛି ପଛରୁ ଧକ୍କା ଦେଇଥିଲା। ଫଳରେ ଘିଅ ଭର୍ତ୍ତି ଟ୍ରକ ରାସ୍ତାରେ ଓଲଟି ପଡ଼ିଥିଲା। ଏହାପରେ ଏଥିରେ ଥିବା ଘିଅ ଭର୍ତ୍ତି ପ୍ୟାକେଟ ରାସ୍ତାକୁ ଛିଟିକି ପଡ଼ିଥିଲା। ନଷ୍ଟ ହୋଇଥିବା ଘିଅର ମୂଲ୍ୟ ଲକ୍ଷ‌ାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାସ୍ଥଳରୁ କିଛିବାଟ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରି ଦେଲା। ଏଥିସହିତ ରାସ୍ତାରେ ବିଛେଇ ହୋଇପଡ଼ିଥିବା ଘିଅ ପ୍ୟାକେଟକୁ ସୁରକ୍ଷିତ ସ୍ଥାନରେ ରଖିଥିଲା। ଏଥିସହିତ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଚାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସହ ଯାଞ୍ଚ ଆରମ୍ଭ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button