ମୃତ୍ୟୁର ୧୦ଦିନ ପରେ ଏପରି ଭାବେ କେନାଲରୁ ଉଦ୍ଧାର ହେଲା ମଡେଲଙ୍କ ମୃତଦେହ – Kalinga News

[ad_1]
ଗୁରୁଗ୍ରାମ: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଥିଲା। ଏଥିସହିତ ଏସଆଇଟି ଏହି ହତ୍ୟା ଘଟଣାର ବିଭିନ୍ନ ଦିଗକୁ କେନ୍ଦ୍ର କରି ତଦନ୍ତ ଜାରି ରଖିଛି। ଜାନୁଆରି ୨ ତାରିଖରେ ମଡେଲ ଦିବ୍ୟାଙ୍କ ହତ୍ୟା ହୋଇଥିବା ବେଳେ ୧୦ଦିନ ପରେ ତାଙ୍କ ମୃତଦେହ ଏକ କେନାଲରୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଅଧିକାରୀଙ୍କ କହିବାନୁସାରେ, କେନାଲରୁ ମଡେଲଙ୍କ ମୃତଦେହ ମିଳିବା ପରେ ଦିବ୍ୟାଙ୍କ ପରିବାରଲୋକ ତାହାକୁ ଚିହ୍ନଟ କରିଥିଲେ। ମେଡଲଙ୍କ ମୃତଦେହକୁ ପୁଲିସ କେନାଲରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମେଡଲଙ୍କ ମୃତଦେହ ହସ୍ତାନ୍ତର କରାଯିବ।
ଦିବ୍ୟାଙ୍କ ହତ୍ୟା ପରେ ମୃତଦେହକୁ ପଞ୍ଜାବର କେନାଲରେ ଫିଙ୍ଗି ଦିଆଯାଇଥିଲା। ଏହାପରେ ମୃତଦେହ ଭାସିଭାସି ଟୋହନା କେନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ପୁଲିସ ଅଭିଯୁକ୍ତ ବଳରାଜଙ୍କ ସୂଚନା ଅନୁସାରେ ଟୋହନା କେନାଲରୁ ମଡେଲଙ୍କ ମୃତଦେହ ଜବତ କରିଥିଲା। ପୁଲିସର ୬ଟି ଦଳ ଏହି ହତ୍ୟାଘଟଣାର ଯାଞ୍ଚ କରୁଛନ୍ତି।
ମଡେଲଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ବଳରାଜ ଗିଲ ପୁଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରି କହିଥିଲା କି ସେ ଦିବ୍ୟା ପାହୁଜାଙ୍କ ମୃତଦେହକୁ ପଟିଆଲା କେନାଲରେ ଫିଙ୍ଗି ଦେଇଛି। ଏହାପରେ କ୍ରାଇମ ବ୍ରାଞ୍ଚ ପଟିଆଲାର କେନାଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମୃତଦେହ ଭାସି ଯାଇଥିବା କ୍ରାଇମ ବ୍ରାଞ୍ଚ ଟିମ ସନ୍ଦେହ କରି ବିଭିନ୍ନ କେନାଲରେ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଟୋହନା କେନାଲରୁ ଦିବ୍ୟାଙ୍କ ମୃ୍ତଦେହ ମିଳିଥିଲା।
[ad_2]