ରାଜନୀତି

ଜମିଲାଣି ବାଲିକୁଦା-ଏରସମା ରାଜନୀତି: ଆଶାୟୀଙ୍କୁ ନେଇ ଅଡ଼ୁଆରେ ସବୁ ଦଳ – Kalinga News

[ad_1]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ଏବେ ବିଜେଡି ପାଇଁ ସବୁଠୁ ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି। ଆଶାୟୀମାନେ ବିଧାୟକଙ୍କ ବିରୋଧରେ ଖୋଲାଖୋଲି ଅଭିଯାନ ଆରମ୍ଭ କଲେଣି। ସେପଟେ କଂଗ୍ରେସ ଓ ବିଜେପିରେ ମଧ୍ୟ ଏକାଧିକ ଆଶାୟୀ ଉଭା ହେବା ଶୀର୍ଷ ନେତୃତ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲାଣି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଗଠନ ହେବା (୨୦୦୯) ପରଠୁ ବିଜେଡି କବ୍‌ଜାରେ ରହିଛି। ବର୍ତ୍ତମାନର ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ୨୦୦୯ ଓ ୨୦୧୪ରେ ଏଠାରୁ ଜିତିଥିଲେ। ୨୦୧୯ରେ ଦଳ ତାଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ କଲା ଓ ସେ ଜିତିଲେ। ସେପଟେ ରଘୁନନ୍ଦନ ଦାସ ବିଧାୟକ ଭାବେ ନିର୍ବାଚିତ େହଲେ ଓ ମନ୍ତ୍ରୀ ପଦ ମଧ୍ୟ ପାଇେଲ।

ନିର୍ବାଚନ ପରଠାରୁ କିନ୍ତୁ ବାଲିକୁଦା-ଏରସମାରେ ଉଭୟ ପ୍ରଶାନ୍ତ ଓ ରଘୁନନ୍ଦନଙ୍କ ସମର୍ଥକଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏ ଭିତରେ ରଘୁନନ୍ଦନଙ୍କ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାରୁ ସେ ପୁଅ ଆଦିତ୍ୟ ନନ୍ଦନଙ୍କ ପାଇଁ ଲବି କରୁଛନ୍ତି। ଏପଟେ ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା ସାରଦା ପ୍ରସନ୍ନ ଜେନା ଇତିମଧ୍ୟରେ ପ୍ରମୁଖ ଦାବିଦାର ଭାବେ ମୁଣ୍ଡ ଟେକିଲେଣି। ଅନ୍ୟତମ ଯୁବନେତା ସଞ୍ଜୀବ ଏସ୍. ବିଶ୍ବାଳ ମଧ୍ୟ ସମାନ୍ତରାଳ ସଂଗଠନ କରୁଛନ୍ତି। ଦିବଂଗତ ବରିଷ୍ଠ ନେତା ଉମେଶ ସ୍ବାଇଁଙ୍କ ବୋହୂ ଶିଖା ଅନ୍ୟତମ ଆଶାୟୀ ଭାବେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନ୍ୟ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଏରସମା ବ୍ଲକ ବିଜେଡି ସଭାପତି ତଥା ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପୀତବାସ ଗୋଚ୍ଛାୟତ, ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର। ବିଜେଡି ଶୀର୍ଷ ନେତୃତ୍ବ କାହାକୁ ଭରସା କରିବେ ଓ ସେ ପରିସ୍ଥିତିରେ ଏହି ଆଶାୟୀ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ, ତାହା ଉପରେ ରାଜନୈତିକ ମହଲ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସରୁ ମଧ୍ୟ ଏକାଧିକ ଆଶାୟୀ ସାମ୍‌ନାକୁ ଆସିଛନ୍ତି। ବରିଷ୍ଠ ଆଇନଜୀବୀ ସୁଶାନ୍ତ କାନୁନ୍‌ଗୋ, ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ଇଂଜିନିୟର ନଳିନୀ କୁମାର ସ୍ବାଇଁ କଂଗ୍ରେସ ଟିକଟ ଦୌଡ଼ରେ ଥିବାବେଳେ ବିଜେପି ଆଶାୟୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ସତ୍ୟସାରଥୀ ମହାନ୍ତି, ଡାକ୍ତର ଶଶାଙ୍କ ଶେଖର ସାହାଣୀ, ଶିବବ୍ରତ ଦାସ ଟିକଟ ଦୌଡ଼ରେ ରହିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ନିଜ ନିଜର ଉପସ୍ଥିତି ଜାହିର କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button