ଅପରାଧ

ପୁଅକୁ ହତ୍ୟା କରିବାପରେ ଶବ ନେବାକୁ ଆମ ଉପରେ ଚାପ ପକାଯାଉଛି – Kalinga News

[ad_1]

ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିବା ଘଟଣାର ଅଭିଯୁକ୍ତ ଅନୁଜ ଥାପନ ଜେଲରେ ଥିବା ବେଳେ  ଜୀବନ ହାରି ଦେଇଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବା ସହିତ ଲୋ‌କେ ପ୍ରଶ୍ନବାଣରେ ମୁମ୍ବାଇ ପୁଲିସକୁ ଘାଇଲା କରି ଦେଇଛନ୍ତି।

ଅନୁଜ ଥାପନର ବ୍ୟବଚ୍ଛେଦ ପରେ ତାଙ୍କ ପରିବ‌ାରଲୋକଙ୍କୁ ଶବ ନେଇ ସଂସ୍କାର କରିବା ପାଇଁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ପରିବାରଲୋକ ପୁଅ ଅନୁଜଙ୍କ ମୃତଦେହ ନେବାକୁ ରୋକଠୋକ ମନା କରି ଦେଇଛନ୍ତି।

ଅନୁଜଙ୍କ ମାତାପିତା କହିଛନ୍ତି ଯେ,‘‘ ଆମେ ଏହି ଘଟଣାର ସିବିଆଇ ତଦନ୍ତ ଚାହୁଁଛୁ। ପୁଅ ବେକରେ ଥିବା ଚିହ୍ନଟି ଫାଶୀ ଦ୍ବାରା ନୁହେଁ କେହି ଜଣେ ଗଳା ଚିପି ହତ୍ୟା କରିଲା ଭଳି ରହିଛି। ପୁଲିସ ଏହି ଘଟଣା ସହିତ ଅନୁଜଙ୍କ ମୃତଦେହ ରାତାରାତି ଘରକୁ ନେବା ପାଇଁ ଆମ ଉପରେ ଚାପ ପକାଉଛି।   କିନ୍ତୁ ଯେ ପର୍ଯ୍ୟନ୍ତ ଏହି ଘଟଣାର ମାମଲା ରୁଜୁ ହୋଇନାହିଁ ଆମେ ମୃତଦେହ ନେବୁ ନାହିଁ।

କାରଣ ଆମ ପୁଅ ଜୀବନ ହାରି ନାହିଁ, ଆମେ ନିଶ୍ଚିତ ଯେ ତାକୁ ହତ୍ୟା କରାଯାଇଛି। କାରଣ ସେ ଜେଲ ଭିତରେ ଉଚ୍ଚ ସୁରକ୍ଷିତ ସ୍ଥାନରେ ଥିଲା। ଜୀବନ ହାରିଥିଲେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀମାନେ ନିଶ୍ଚୟ ତାକୁ ଦେଖି ପାରି ଥାଆନ୍ତେ। ଯେହେତୁ ହତ୍ୟା କରାଯାଇଛି ତେଣୁ ସମସ୍ତେ ଚୁପ ଅଛନ୍ତି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button