ଅପରାଧ

ଲାଞ୍ଚ ନେବା ବେଳେ ଧରାପଡ଼ିବାରୁ କ୍ୟାମେରା ସମ୍ମୁଖରେ କାନ୍ଦିଲେ ମହିଳା ଅଧିକାରୀ – Kalinga News

[ad_1]

ନୂଆଦିଲ୍ଲୀ: ଲାଞ୍ଚ ନେବାବେଳେ ହାଇଦ୍ରାବାଦର ଜଣେ ଅଧିକାରୀ ଧରାପଡ଼ିବା ପରେ କ୍ୟାମେରା ସମ୍ମୁଖରେ କାନ୍ଦିଥିବାର ଦେଖିବାକୁ ମିଳିଛି। ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଇଞ୍ଜିନିୟରିଂ ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଜଣକ ସୋମବାର ଦିନ ୮୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ତେବେ ସେ ଧରାପଡ଼ିବା ବେଳେ ଭୋ ଭୋ ‌ହୋଇ କାନ୍ଦୁଥିବାର କ୍ୟାମେରାରେ କଏଦ ହୋଇଛି।

ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅନୁଯାୟୀ, ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ସରକାରୀ ସୁବିଧା ବଦଳରେ ଲାଞ୍ଚ ମାଗିଥିବା ଅଭିଯୋଗକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର କେ ଜଗା ଜ୍ୟୋତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଲାଞ୍ଚ ଧରିବା ପରେ ଜଗା ଜ୍ୟୋତି କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ସୂଚନାରୁ ପ୍ରକାଶ ଯେ, ଜାଗା ଜ୍ୟୋତିଙ୍କର  ଫେନୋଲଫଥେଲିନ୍ ପରୀକ୍ଷା କରାଯାଇଥିଲା, ଯାହାର ଫଳାଫଳ ପଜିଟିଭ୍‌ ଆସିଥିଲା। ଲାଞ୍ଚ ନେଉଥିବା ଲୋକଙ୍କୁ ଧରିବା ପାଇଁ ଏହି ପଦ୍ଧତି ପ୍ରୟୋଗ କରାଯାଇଥାଏ। ଏଥିରେ କେ ଜଗା ଜ୍ୟୋତି ଧରାପଡ଼ିଛନ୍ତି। ସେ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି, ତାଙ୍କୁ ବର୍ତ୍ତମାନ ହାଇଦ୍ରାବାଦ କୋର୍ଟରେ ହାଜର କରାଯିବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button