ଖେଳ ଖବର

ସିକେ ନାୟୁଡ଼ୁ ଟ୍ରଫି: ବାଦଲଙ୍କୁ ୯ ୱିକେଟ୍‌ – Kalinga News

[ad_1]

ବଲାଙ୍ଗୀର: ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା  ସିକେ ନାୟୁଡୁ ଟ୍ରଫି ୨୩ ବର୍ଷରୁ କମ୍‌ ଅନ୍ତଃରାଜ୍ୟ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଓଡ଼ିଆ ପୁଅ ବାଦଲ ବିଶ୍ବାଳ ଚମତ୍କା‌ର ପ୍ରଦର୍ଶନ କରି ଗୋଟିଏ ପାଳିରେ ୯ ୱିକେଟ୍‌ ନେଇ ବିରଳ ସଫଳତା ପାଇଛନ୍ତି। ତଥାପି ପ୍ରତିଦ୍ବନ୍ଦ୍ବୀ ପଞ୍ଜାବ ଦୃଢ଼ ସ୍ଥିତିରେ ରହିଛି। ପଞ୍ଜାବ ଅସମାପ୍ତ ପାଳି ୯୨/୩ରୁ ଖେଳିବା ଆରମ୍ଭ କରିଥି‌ଲା। ସୋମବାର ଦଳ ୩୮୨ ରନ୍ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା। ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୨୭୭ ରନ୍‌ ଅଗ୍ରଣୀ ଲାଭ କରିଛି। ପୁଖରାଜ ମାନ ସର୍ବାଧିକ ୧୬୯ ରନ୍ କରିଥିଲେ। ବାଦଲ ବିଶ୍ବାଳ ପଞ୍ଜାବ ପାଳିର ସମସ୍ତ ୧୦ ୱି‌କେଟ୍ ଦଖଲ କରିବା ସୁଯୋଗ ଥିଲେ ମଧ୍ୟ ଶତକ ହାସଲକାରୀ ପୁଖରାଜ ରନ୍‌ ଆଉଟ୍ ହୋଇଯାଇଥିଲେ। ବାଦଲ ୪୨.୩-୭-୧୧୮-୯ ବୋଲିଂ ଚିତ୍ର ପାଇଥିଲେ। ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା କୌଣସି ୱିକେଟ୍‌ ହରାଇ ୧୧ ରନ୍ କରିଛି। ପ୍ରଥମ ପାଳିରେ ଓଡ଼ିଶା ୧୦୫ ରନ୍ କରିଥିବାରୁ ଚାପରେ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button