ଖେଳ ଖବର

ବିରାଟଙ୍କ ବିଷୟରେ ଭୁଲ ସୂଚନା ଦେଇଥିବାରୁ କ୍ଷମା ମାଗୁଛି‌‌;   ଏବି ଡିଭିଲିୟର୍ସ – Kalinga News

[ad_1]

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ୫ଟି ମ୍ୟାଚର ଟେଷ୍ଟ ସିରିଜର ପ୍ରାରମ୍ଭିକ ମ୍ୟାଚରେ କ୍ରିକେଟର ବିରାଟ କୋହଲି ସାମିଲ ହୋଇ ନାହାନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ବିସିସିଆଇରୁ ଛୁଟି ନେଇଥିବା ଜଣାପଡ଼ିଛି। ଏହି କ୍ରମରେ ବିରାଟଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ କୋହଲି ଦ୍ବିତୀୟ ଥର ବାପା ହେବାକୁ ଯାଉଛନ୍ତି ବୋଲି ଏକ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ନିଆଁ ଭଳି ବ୍ୟାପି ଯାଇଥିଲା। ନିକଟରେ ଏବି ଡିଭିଲିୟର୍ସ ଏହି ମନ୍ତବ୍ୟରୁ ଓହରି ଯାଇ କ୍ଷମା ମାଗିଛନ୍ତି।

ଖେଳାଳି ଏବି ଡିଭିଲିୟର୍ସ ବିରାଟ ଦ୍ବିତୀୟ ଥର ବାପା ହେବାକୁ ଯାଉଥିବା କଥା କହିଥିବା ବେଳେ ଏବେ ଏଥିରୁ ଓହରି ଯାଇ କହିଛନ୍ତି, ‘ମୁଁ ବିରାଟଙ୍କ ବିଷୟରେ ଭୁଲ ସୂଚନା ପାଇଥିଲି। ଆଉ ସୋସିଆଲ ମିଡିଆରେ ବିରାଟ ଦ୍ବିତୀୟଥର ବାପା ହେବାକୁ ଯାଉଛନ୍ତି ବୋଲି କହି ଦେଇଥିଲି। ଏହା ମୋ ଦ୍ବାରା ଭୁଲ ହୋଇଯାଇଛି ମୋତେ କ୍ଷମା କରିଦେବେ।

ବିରାଟ ଏବେ କ୍ରିକେଟରୁ ଛୁଟି ନେଇ ପରିବାର ସହିତ ଅଛି। ଯେତେ ଯାହା ହୋଇଯାଉ ପରିବାର ହେଉଛି ପ୍ରଥମ। ପରିବାର ନଥିଲେ ଆମେ ଗୋଟିଏ ବି ମୁହୂର୍ତ୍ତ ଶାନ୍ତିରେ ବଞ୍ଚି ପାରିବା ନାହିଁ। ତେବେ ବିରାଟ କେଉଁ କାରଣ ପାଇଁ ଛୁଟିରେ ଅଛନ୍ତି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିକି ପ୍ରାର୍ଥନା କି ସେ ଛୁଟିରୁ ଫେରିବା ପରେ ଆହୁରି ଶକ୍ତିଶାଳୀ ହୋଇ ପଡ଼ିଆକୁ ଓହ୍ଲାନ୍ତୁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button