ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦେବୋଁ କା ଦେବ ମହାଦେବ’ର ପାର୍ବତୀ – Kalinga News

[ad_1]
ମୁମ୍ବାଇ: ‘ଦେବୋଁ କା ଦେବ ମହାଦେବ’ରେ ପାର୍ବତୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ଏକ ନୂତନ ଜୀବନରେ ପାଦ ଦେଇଛନ୍ତି। ଗତ କିଛି ବର୍ଷ ହେବ ଡେଟ୍ କରୁଥିବା ଯୁବକଙ୍କୁ ବିବାହ କରିଛନ୍ତି ସୋନାରିକା। ଦୀର୍ଘ ଦିନର ପ୍ରେମିକ ବିକାଶ ପରାଶରଙ୍କ ସହ ସେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଝଲକ ଦେଖିବାକୁ ମିଳିଛି। ତାଙ୍କ ବରମାଲାର ଭିଡିଓ ସହ ବିବାହର କିଛି ଫଟୋ ଏବେ ଭାଇରାଲ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୋନାରିକାଙ୍କ ଫ୍ୟାନ ପେଜରେ ତାଙ୍କ ବିବାହର ଭିଡିଓ ସେୟାର କରାଯାଇଛି। ଭିଡିଓରେ ସୋନାରିକା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ହୀରାର ଗହଣା ପିନ୍ଧିଥିବାର ଦେଖିବାକୁ ମିଳିଛି। ରାଜସ୍ଥାନରେ ତାଙ୍କର ବିବାହ ହୋଇଥିବା ବେଳେ ମେହେନ୍ଦୀ ପାଇଁ ସେ ନିଜ ମାଙ୍କ ପୋଷାକ ପିନ୍ଧିଥିଲେ। ଏହା ପରେ ହଳଦୀ ପାଇଁ ସେ ଏକ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
[ad_2]