ମନୋରଞ୍ଜନ

ଇମିଗ୍ରେଶନ ପାଇଁ ଇଂରାଜୀରେ ସାହାଯ୍ୟ ମାଗିବା ପରେ ଲୋକମାନେ ଏହି ଲୋକର ଉଡେଇଲେ ମଜାକ, ଏହି ଗୋଟେ ଟ୍ୱୀଟରେ ସୁଷମା ସ୍ୱରାଜ ବନ୍ଦ କଲେ ସମସ୍ତଙ୍କ ମୁହଁ, ଦେଖନ୍ତୁ କଣ କହିଲେ ସେ

ଆଜିକାଲି ମର୍ଡନ ଯୁଗରେ ଇଂରାଜୀ ଭାଷାରେ ବହୁତ ମହତ୍ଵ ଅଛି । ଯଦି ଆପଣଙ୍କର ଇଂରାଜୀ ଆସୁଛି ତେବେ ଆପଣ କିଛି ନ କରିବା ସତ୍ବେ ବି ଆପଣ ସଫଳ ଅଛନ୍ତି କିନ୍ତୁ ଯଦି ଆପଣଙ୍କର ଇଂରାଜୀ ଖରାପ ଅଛି ତେବେ ଆପଣ ସବୁ କିଛି ହାସଲ କରିବା ସତ୍ବେ ବି ଆପଣ ଅସଫଳ ବୋଲି ଲୋକମାନେ ଭାବିଥାନ୍ତି । ଭାରତରେ ଏହି କଥାରେ ଜଜ କରାଯାଏ କି ତାଙ୍କୁ ଇଂରାଜୀ ଆସେ କି ନାହିଁ ।

ଗୋଟିଏ ବ୍ୟକ୍ତି ଭୁଲ ଇଂରାଜୀ କଣ କହିଦେଲା କି ୧୦୦ ଶେକ୍ସପିୟର ତାହାକୁ ଠିକ କରିବାକୁ ଆସି ଯାଆନ୍ତି । କିଛି ଲୋକମାନେ ଆମ ଦେଶରେ ହିଁ ମିଳିଯିବେ ଯେଉଁମାନେ ଇଂରାଜୀ ଭାଷାକୁ ହିନ୍ଦୀ ଭାଷା ଠାରୁ ଅଧିକ ମହତ୍ଵ ଦେଇଥାନ୍ତି ।

ଆପଣମାନେ ବି ଏହିଭଳି କିଛି ଲୋକମାନଙ୍କ ସହ ଦେଖା କରିଥିବେ ଯେଉଁମାନେ ଆଜି ବି ଆପଣଙ୍କର କଥା କଥାରେ ଇଂରାଜୀ ସୁଧାରିବାକୁ ଚେଷ୍ଟା କରନ୍ତି । କିନ୍ତୁ କିଛି ସଫଳ ବ୍ୟକ୍ତି ଏହି ପରମ୍ପରାକୁ ବଦଳାଇଛନ୍ତି । ବର୍ତ୍ତମାନ ହିଁ ଏହିଭଳି ଏକ ଘଟଣା ହୋଇଛି । ଯେଉଁଥିରେ ଶେକ୍ସପିୟର ହେଉଥିବା ଲୋକମାନଙ୍କର ମୁହଁକୁ ଆମ ଦେଶର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ବନ୍ଦ କରି ଦେଇଛନ୍ତି । କଣ ଅଟେ ପୁରା ଘଟଣା ଚାଲନ୍ତୁ ଜାଣିବା ।

ଖରାପ ଇଂରାଜୀ ପାଇଁ ଟ୍ରୋଲ ହେଲେ ଏହି ବ୍ୟକ୍ତି

କହିବାକୁ ଗଲେ, ଜଣେ ବ୍ୟକ୍ତି ଟ୍ୱିଟରରେ ଇଂରାଜୀରେ ସୁଷମା ସ୍ୱରାଜଙ୍କୁ ଟ୍ୱିଟ କରି ସାହାଯ୍ୟ ମାଗିଥିଲେ । ଏହା ପରେ ଇଂରାଜୀଙ୍କୁ ସୁଧାରୁ ଥିବା ବ୍ୟକ୍ତିଙ୍କର ଲାଇନ ଲାଗି ଗଲା । ସେହି ବ୍ୟକ୍ତିର ଇଂରାଜୀ ଖରାପ ହେବା କାରଣରୁ ଲୋକମାନେ ତାଙ୍କୁ ଅଲଗା ଅଲଗା ଭାବରେ ଟ୍ରୋଲ କରିବାକୁ ଲାଗିଲେ । କହି ଦେଉଛୁ ଯେ ଏହି ବ୍ୟକ୍ତି ଜଣକ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଇମୀଗ୍ରେଶନ ସହ ଜଡିତ ଏକ ସମସ୍ୟା ବିଷୟରେ କହିଛନ୍ତି ।

ଏହା ପରେ ଲୋକମାନେ ସେହି ବ୍ୟକ୍ତିର ଖରାପ ଇଂରାଜୀର ଥଟ୍ଟା କରିବାକୁ ଲାଗିଲେ । ଟ୍ରୋଲ କରିଥିବା ଜଣେ ବ୍ୟକ୍ତି କହିଲେ କି, “ଭାଇ ହିନ୍ଦୀ କିମ୍ବା ପଞ୍ଜାବୀରେ ହିଁ ଲେଖି ଦେଇଥାନ୍ତୁ ।“ ଏହା ପରେ ସୁଷମା ସ୍ୱରାଜ ଟ୍ୱିଟ କରି ସମସ୍ତଙ୍କର ମୁହଁ ଚୁପ କରି ଦେଇଛନ୍ତି ।

ସୁଷମା ସ୍ୱରାଜଙ୍କର ଏହି ଟ୍ୱୀଟରେ ହେଲା ସମସ୍ତଙ୍କ ମୁହଁ ବନ୍ଦ

କହିଦେଉଛୁ ଯେ ସୁଷମା ସ୍ୱରାଜ ଟ୍ରୋଲ କରୁଥିବା ଲୋକମାନଙ୍କୁ ଜବାବ ଦେଇ କହିଲେ କି, “ ଏଥିରେ କିଛି ଅସୁବିଧା ନାହିଁ । ବିଦେଶ ମନ୍ତ୍ରୀ ହେବା ପରେ ହିଁ ମୁଁ ସବୁ ପ୍ରକାର ଇଂରାଜୀ ଏବଂ ଗ୍ରାମରର ପାଳନ କରିବା ଶିଖିଛି ।“ ଏହା ପରେ ସୁଷମା ସ୍ୱରାଜଙ୍କର ଏହି ଟ୍ୱୀଟକୁ ୨୩ ହଜାର ଲାଇକ ଏବଂ ୩୭୦୦ରୁ ବି ଅଧିକ ରିଟ୍ୱୀଟ ମିଳିଛି । ସମସ୍ତେ ସୁଷମା ସ୍ୱରାଜଙ୍କର ପ୍ରଶଂସା କରୁଛନ୍ତି ।

କହିଦେଉଛୁ ଯେ ସୁଷମା ସ୍ୱରାଜ ପ୍ରାୟତଃ ବିଦେଶରେ ଫସି ଥିବା ଭାରତୀୟମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ସେଥିପାଇଁ ସେ ଲୋକମାନଙ୍କ ମଧ୍ୟରେ ଅଧିକ ପ୍ରସିଦ୍ଧ ଅଛନ୍ତି । ସେ ସୋସିୟାଲ ମିଡିଆରେ ପ୍ରାୟତଃ ଲୋକମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି । ତେବ ଆସନ୍ତୁ ଦେଖିବା ବିଦେଶ ମନ୍ତ୍ରୀଙ୍କର ଟ୍ୱୀଟ ଉପରେ ଲୋକମାନଙ୍କର କିଛି ପ୍ରତିକ୍ରିୟା ।

ଦେଖନ୍ତୁ ପ୍ରତିକ୍ରିୟା –

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button