ବନ୍ଧୁକ ଦେଖାଇ ଲୁଟି ନେଲେ ନଗଦ ଟଙ୍କା ସହ ୧୦ ଲକ୍ଷ ଟଙ୍କାର ଅଳଙ୍କାର – Kalinga News

[ad_1]
ଜଳେଶ୍ଵର: ଜଳେଶ୍ଵର-ରାଜଘାଟ ଓଟି ରୋଡରେ ବାଇକରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ନଗଦ ଟଙ୍କା ସହ ମୋଟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ବିବରଣୀରୁ ପ୍ରକାଶ ଯେ ମହମ୍ମଦ ନଗର ପାଟଣା ପଞ୍ଚାୟତର ନୂଆଗାଁ ଗ୍ରାମର ଚନ୍ଦନ ରଣା ନାମକ ଜଣେ ଯୁବକ ସ୍ଥାନୀୟ ରାଜପୁର ପଞ୍ଚାୟତର ବଳରାମପୁର ଛକରେ ଏକ ଅଳଙ୍କାର ଦୋକାନ କରିଛନ୍ତି। ଗତକାଲି ରାତି ପ୍ରାୟ ୯ ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଘର ଠାରୁ ମାତ୍ର କିଛି ଦୂରରେ ଅର୍ଥାତ୍ ନୂଆଗାଁ ବସଷ୍ଟପ ନିକଟରେ ଏକ ବାଇକରେ ୩ ଜଣ ଯୁବକ ତାଙ୍କୁ ପିଛା କରି ଅଟକାଇଥିଲେ। ବନ୍ଧୁକ ଦେଖାଇ ତାଙ୍କ ବାଇକର ଡିକି ଭାଙ୍ଗି ନଗଦ ଟଙ୍କା ଓ ଅଳଙ୍କାର ଲୁଟି ନେଇ ୧୬ ନମ୍ବର ଜାତୀୟ ରାଜପଥ ଆଡ଼କୁ ପଳାଇଥିଲେ। ଏହି ସମୟରେ ଅନ୍ୟ ଜଣେ ବାଇକ୍ ଆରୋହୀ ଏହି ଦୁର୍ବୃତ୍ତମାନଙ୍କୁ ପିଛା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଦ୍ରୁତ ଗତିରେ ବସ୍ତା ଆଡ଼କୁ ପଳାଇଥିଲେ। ଜଳେଶ୍ଵର ଓ ବସ୍ତା ପୁଲିସ ଏହି ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣା ପଡ଼ିଛି। ଚନ୍ଦନ ଏନେଇ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
[ad_2]