ଅପରାଧ

ଲାହୋର ବିବାହ ଉତ୍ସବରେ ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ ଅମୀର ବଲାଜ ଗୁଳିଚୋଟରେ ନିହତ – Kalinga News

[ad_1]

ଲାହୋର: ଲାହୋର୍‌ ଅଣ୍ଡର୍‌ୱାର୍ଲଡ୍‌ ଦୁନିଆରେ ସୁପରିଚିତ ନାଁ ତଥା ଏକ ମାଲ୍‌ ପରିବହନ ନେଟ୍‌ୱାର୍କର ମାଲିକ ଅମୀର୍‌ ବଲାଜ ଟିପୁଙ୍କୁ ରବିବାର ଦିନ ଗୁଳି ମାରି ହତ୍ୟା କରାଯାଇଥିବା କଥା ସମ୍ବାଦପତ୍ର ‘ଡନ୍‌’ କହିଛି।

ଘରୋଇ ଟିଭି ଚାନେଲ୍‌ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ଡନ୍‌ ଲେଖିଛି, ଲାହୋରର ଚୁଙ୍ଗ୍‌ ଅଞ୍ଚଳରେ ଏକ ବିବାହ ଅନୁଷ୍ଠାନରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳିଚଳାଇଥିଲେ।

ଅମୀର ବଲାଜ ଟିପୁ ହେଉଛନ୍ତି, ଆରିଫ୍‌ ଅମୀର ଓରଫ୍‌ ଟିପୁ ଟ୍ରକ୍‌ୱାଲାଙ୍କ ପୁଅ। ୨୦୧୦ରେ ଅଲ୍ଲାମା ଇକ୍‌ବାଲ୍‌ ଏୟାର୍‌ପୋର୍ଟରେ ଆରିଫ୍ ମାରାତ୍ମକ ଆକ୍ରମଣର ସରବ୍ୟ ହୋଇ ଆହତ ହୋଇଥିଲେ। ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ବଲାଜଙ୍କ ଜେଜେ ମଧ୍ୟ ଉଗ୍ର ଥିଲେ। ତେଣୁ, ତାଙ୍କ ପରିବାର ଆନୁବଂଶିକ ଭାବେ ହିଂସାକାଣ୍ଡ ଘଟାଇ ଆସୁଛନ୍ତି ବୋଲି ‘ଡନ୍‌’ ରିପୋର୍ଟ କରିଛି।

Image Courtesy of One India

ପୁଲିସ ରିପୋର୍ଟ କରିଛି, ଆକ୍ରମଣକାରୀମାନେ ବଲାଜ ଓ ଆଉ ୨ଜଣ ଅତିଥିଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ସାଂଘାତିକ ଆହତ କରିପକାଇଲେ। ଏହା ଦେଖି ବଲାଜଙ୍କ ସହିତ ଯାଇଥିବା ବ୍ୟକ୍ତିଗତ ଅଙ୍ଗରକ୍ଷୀମାନେ ପାଲଟା ଗୁଳି ଚଳାଇବାରୁ ଜଣେ ଆକ୍ରମଣକାରୀଙ୍କର ମୃତ୍ୟୁ ଘଟିଲା। ବଲାଜଙ୍କୁ ବଞ୍ଚାଇ ରଖିବାକୁ ସବୁପ୍ରକାର ଉଦ୍ୟମ କରାଯିବା ସତ୍ତ୍ବେ ଜିନ୍ନା ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଲା।

ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି। ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌ ଏହି ଘଟଣା ନିମନ୍ତେ କାହାକୁ ଗିରଫ କରାଯାଇ ନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button