ବଚସାରୁ ଡିଏସ୍ପିଙ୍କୁ ଗୁଳିକରି ହତ୍ୟା: ଅଟୋ ଚାଳକ ଗିରଫ – Kalinga News

[ad_1]
ଚଣ୍ଡୀଗଡ଼: ଜଳନ୍ଧରରେ ପଞ୍ଜାବର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଦଲବୀର ସିଂହ ଦେଓଲଙ୍କ ମୃତଦେହ ମିଳିଛି। ଜଣେ ଅଟୋ ଚାଳକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ଭାରୋତ୍ତୋଳକ ଦଲବୀର ସିଂହ ଦେଓଲ ୨୦୦୦ ମସିହାରେ ଅର୍ଜୁନ ପୁରସ୍କାର ପାଇଥିଲେ। ଜଳନ୍ଧର ପୁଲିସ କମିସନର ସ୍ୱପନ ଶର୍ମା କହିଛନ୍ତି ଯେ ସେମାନେ ବିଜୟ କୁମାର ନାମକ ଅଟୋ ଚାଳକକୁ ଗିରଫ କରିଛନ୍ତି। ସୂଚନା ଅନୁସାରେ, ଡିଏସ୍ପି ଦେଓଲ ତାଙ୍କୁ ତାଙ୍କ ଗାଁରେ ଛାଡ଼ିବାକୁ ଅଟୋଚାଳକକୁ କହିଥିଲେ। ସେ ମନା କରିବାରୁ ବଚସା ହୋଇଥିଲା। ଯୁକ୍ତିତର୍କ ଭିତରେ ଡ୍ରାଇଭର ଦେଓଲଙ୍କ ସର୍ଭିସ ପିସ୍ତଲ ଛଡ଼ାଇ ନେଇ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଦେଓଲଙ୍କ ମୃତଦେହ ଜଳନ୍ଧରର ବସ୍ତି ବାୱା ଖେଲରେ ଏକ ରାସ୍ତାରେ ପଡ଼ିଥିଲା। ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରଥମେ ଏହା ହିଟ୍ ଆଣ୍ଡ୍ ରନ୍ ମାମଲା ବୋଲି ପୁଲିସ ସନ୍ଦେହ କରିଥିଲା। କିନ୍ତୁ ପରେ ଏହା ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି। ନୂଆବର୍ଷ ସକାଳେ ସନ୍ଦେହଜନକ ସ୍ଥିତିରେ ଡିଏସ୍ପିଙ୍କ ମୃତଦେହ ମିଳିଥିଲା। ତାଙ୍କ ମୃତଦେହ ଜଳନ୍ଧରଠାରୁ ପ୍ରାୟ ୬ରୁ ୭ କିମି ଦୂରରୁ ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ ଏସୀୟ କ୍ରୀଡ଼ାରେ ସେ ଭାରୋତ୍ତୋଳନରେ ରୋପ୍ୟ ପଦକ ଜିତିବା ପରେ ତାଙ୍କୁ ୨୦୦୦ ମସିହାରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ନୂଆବର୍ଷ ସକାଳେ ତାଙ୍କ ମୃତଦେହ ମିଳିଥିଲା। ମୁଣ୍ଡ ସମେତ ଶରୀରର ଏକାଧିକ ସ୍ଥାନରେ ଆଘାତ ଚିହ୍ନ ରହିଥିଲା। ଜଳନ୍ଧର ସ୍ଥିତ ପଞ୍ଜାବ ସଶସ୍ତ୍ର ପୁଲିସ ମୁଖ୍ୟାଳୟରେ ସେ ଡିଏସ୍ପି ଭାବେ କାର୍ଯ୍ୟ କରୁଥିଲେ। ଡିସେମ୍ବର ୩୧ ତାରିଖ ରାତିରେ ଉକ୍ତ ହତ୍ୟାକାଣ୍ଡ ହୋଇଛି। ତଦନ୍ତ ଚାଲିଥିବାରୁ ଏ ସଂପର୍କରେ ଅଧିକ ସୂଚନା ଦେବାକୁ ଡିସିପି ହରବିନ୍ଦର ସିଂହ ବିର୍କ ବିସ୍ତୃତ ସୂଚନା ଦେବାକୁ ମନା କରିଦେଇଛନ୍ତି। ଡିଏସ୍ପିଙ୍କର ସର୍ଭିସ ରିଭଲଭର ମଧ୍ୟ ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇନାହିଁ।
[ad_2]