ଖେଳ ଖବର

ଦିଲ୍ଲୀ କ୍ୟାପିଟାଲ୍ସ-ଆର୍‌ସିବି ଫାଇନାଲ୍ ଆଜି: ପେରିଙ୍କୁ ଭଙ୍ଗା ୱିଣ୍ଡୋ ଉପହାର – Kalinga News

[ad_1]

ନୂଆଦିଲ୍ଲୀ: ଚଳିତ ମହିଳା ପ୍ରିମିୟର୍ ଲିଗ୍‌ (ଡବ୍‌ଲ୍ୟୁପିଏଲ୍‌)ର ଫାଇନାଲ୍ ମ୍ୟାଚ୍‌ ରବିବାର ନୂଆଦିଲ୍ଲୀର ଫିରୋଜସାହା କୋଟଲା ଗ୍ରାଉଣ୍ଡ୍‌ରେ ଖେଳାଯିବ। ପ୍ରଥମ ଥର ଟାଇଟଲ୍ ଜିତିବା ଲକ୍ଷ୍ୟରେ ରହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌। ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଶୁକ୍ରବାର ରାତିରେ ଆର୍‌ସିବି ରୋମାଞ୍ଚକ ଭାବେ ୫ ରନ୍‌ରେ ପରାସ୍ତ କରି ପ୍ରଥମ ଥର ଫାଇନାଲ୍ ଆସିଛି। ଗତବର୍ଷର ପ୍ରଥମ ସଂସ୍କରଣ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଯାଇଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏହି ମହିଳା ମୁକୁଟ ଜିତିବା ନେଇ ଆଶାବାଦୀ ରହିଛି। ପ୍ରେରଣାଦାୟୀ ମେଗ୍ ଲାନିଙ୍ଗ୍‌ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବିତୀୟ ପ୍ରୟାସରେ ଭାଗ୍ୟ ଉଦୟ ହେବ ବୋଲି ବିଶ୍ବାସ ରଖିଛି।

ମେଗ୍ ଲାନିଙ୍ଗ୍‌ ୮ ପାଳିରୁ ୩୦୮ ରନ୍ ସଂଗ୍ରହ କରି ଉଦାହରଣ ସହ ନେତୃତ୍ବ ନେଇଛନ୍ତି। ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର୍‌ ମାରିଜାନ୍ କାପ୍‌ ଏବଂ ଅଷ୍ଟ୍ରେଲୀୟ ବାମହାତୀ ସ୍ପିନର୍‌ ଜେସ୍‌ ୟୋନାସେନ୍‌ ୧୧ ଲେଖାଏଁ ୱିକେଟ୍ ନେଇ ମିଳିତ ଶୀର୍ଷରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଋତୁରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜଠାରୁ ପରାସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚ୍‌ରେ ପ୍ରାୟ ପରଫେକ୍ଟ ଖେଳିଛି। ଫାଇନାଲ୍‌ରେ ନିଶ୍ଚିତ ଦିଲ୍ଲୀ କ୍ୟାପିଟାଲ୍ସ ଦାବିଦାର ରହିବ। ଏମିତି ବି ଏ ପର୍ଯ୍ୟନ୍ତ ଡବ୍‌ଲ୍ୟୁପିଏଲ୍‌ ଇତିହାସରେ ଆର୍‌ସିବି ବିପକ୍ଷରେ ଖେଳିଥିବା ସମସ୍ତ ୪ ମୁକାବିଲା ଦିଲ୍ଲୀ ଜିତିଛି। ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ଦିଲ୍ଲୀ ନିଶ୍ଚିତ ଟାଇଟଲ୍ କାବୁ କରିବାକୁ ଚାହିବ। ଶେଫାଳି ବର୍ମା, ମେଗ୍ ଲାନିଙ୍ଗ, ଜେମିମା ରଡ୍ରିଗ୍ବେଜ ଭଲ ବ୍ୟାଟିଂ ଓ କାପ୍, କାସପେଙ୍କ ଅଲରାଉଣ୍ଡ୍ ଦକ୍ଷତା ଏହି ଦଳକୁ ନିଶ୍ଚିତ ଦୃଢ଼ ସ୍ଥିତିରେ ରଖିଛି।

ଅନ୍ୟପକ୍ଷରେ ଆର୍‌ସିବି ଲିଗ୍ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଏଲିମିନେଟର୍‌ରେ ଶକ୍ତିଶାଳୀ ମୁମ୍ବାଇ ବିପକ୍ଷରେ ସ୍ବଳ୍ପ ସ୍କୋର୍‌କୁ ଡିଫେଣ୍ଡ୍ କରି ନିଜ ଦକ୍ଷତା ଓ ଫଳପ୍ରଦ କୌଶଳକୁ ପ୍ରମାଣିତ କରିଛି। ସ୍ମୃତି ମନ୍ଧାନାଙ୍କ ଆର୍‌ସିବି ପାଇଁ ଏଲିସ ପେରୀ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରି ଛାପ ଛାଡ଼ିଛନ୍ତି। ବ୍ୟାଟିଂରେ ୩୧୨ ରନ୍ ସହ ଶୀର୍ଷରେ ଥିବାବେଳେ ଏଲିସ୍ ବୋଲିଂରେ ମଧ୍ୟ ୭ ୱିକେଟ୍ ଅକ୍ତିଆର କରିଛନ୍ତି। ଶୁକ୍ରବାର ରାତିରେ ଏଲିସଙ୍କଠାରୁ ଅଲରାଉଣ୍ଡ୍ ପ୍ରଦର୍ଶନ ମିଳି ନଥିଲେ ଆର୍‌ସିବି ଜିତିବା ଅସମ୍ଭବ ହୋଇଥାନ୍ତା। ୫୦ ବଲ୍‌ରୁ ୬୬ ରନ୍ ସଂଗ୍ରହ କରିବା ସହ ସେ ୧/୨୯ ବୋଲିଂ ଚିତ୍ର ପାଇଥିଲେ। ଏଲିସ୍ କିନ୍ତୁ ଫାଇନାଲ୍‌ରେ ସ୍ମୃତି ମନ୍ଧାନା‌, ସୋଫି ଡିଭାଇନ୍‌, ରୀଚା ଘୋ‌ଷ, ସୋଫି ମୋଲିନକ୍ସ, ଜର୍ଜିଆ ୱାରେହାମଙ୍କଠାରୁ ଉଲ୍ଲେଖନୀୟ ଅବଦାନ ଆଶା ରଖିଛନ୍ତି। ବୋଲିଂରେ ରେଣୁକା ସିଂହ, ଶ୍ରେୟଙ୍କା ପାଟିଲ୍‌, ଜର୍ଜିଆ ୱାରେହାମଙ୍କ ଉପରେ ଆର୍‌ସିବି ନିର୍ଭର କରିବ।

ପେରିଙ୍କୁ ଭଙ୍ଗା ୱିଣ୍ଡୋ ଉପହାର
ନୂଆଦିଲ୍ଲୀ: ଡବ୍‌ଲ୍ୟୁପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତାରକା ଏଲିସି ପେରିଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ପରେ ତାଙ୍କୁ ଉପହାର ଦେଇଛି ଟାଟା ମୋଟର୍ସ। ଲିଗ୍‌ ପର୍ଯ୍ୟାୟରେ ୟୁପି ୱାରିୟର୍ଜ ବିପକ୍ଷ ମ୍ୟାଚ୍‌ ସମୟରେ ପେରି ଏକ ଛକା ମାରିଥିଲେ। ସେହ ବଲ୍‌ ବାଉଣ୍ଡରି ବାହାରେ ରଖାଯାଇଥିବା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପାଇଁ ଉଦ୍ଦିଷ୍ଟ କାର୍‌ର ୱିଣ୍ଡୋ କାଚ ଭାଙ୍ଗି ଦେଇଥିଲା। ସେହି ଭଙ୍ଗା କାଚକୁ ଟାଟା ମୋଟର୍ସ ପକ୍ଷରୁ ଫ୍ରେମ୍‌ କରାଯିବା ସହ ପେରିଙ୍କୁ ଉପହାରରେ ଦିଆଯାଇଛି। ପେରି ମଧ୍ୟ ଉପହାର ପାଇ ଖୁବ୍‌ ଉଲ୍ଲସିତ ଅଛନ୍ତି। ଏହି ସମୟର ଫଟୋକୁ ଆର୍‌ସିବି ତାହାର ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ପୋଷ୍ଟ କରିବା ପରେ ତାହା ଭାଇରାଲ୍‌ ହେବାରେ ଲାଗିଛି। ଆର୍‌ସିବି ଡବ୍‌ଲ୍ୟୁପିଏଲ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଟାଇଟଲ୍‌ ମୁକାବିଲା କରିବ ଆର୍‌ସିବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button