ବିଧାୟକ ସମୀର ଦାଶଙ୍କୁ ବିରୋଧ: କଳାପତାକା ପ୍ରଦର୍ଶନ ବେଳେ ମାରପିଟ୍, ବିଜେପି କର୍ମୀ ଲହୁଲୁହାଣ – Kalinga News
[ad_1]
ପୁରୀ: କାକଟପୁର ନିର୍ବାଚନମଣ୍ଡଳୀର ଅସ୍ତରଙ୍ଗ ବ୍ଲକ୍ ନୂଆଗଡ଼ ପଞ୍ଚାୟତରେ କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବିରୋଧକୁ ୨୪ ଘଣ୍ଟା ବିତିନି, ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ୍ରେ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ ବିରୋଧର ଶିକାର ହୋଇଛନ୍ତି। କଳାପତାକା ପ୍ରଦର୍ଶନ ବେଳେ ବିଜେପି ଓ ବିଜେଡି କର୍ମୀଙ୍କ ଭିତରେ ମାରପିଟ୍ ହୋଇଛି। ଗଣ୍ଡଗୋଳରେ ବିଜେପି କର୍ମୀମାନେ ଲହୁଲୁହାଣ ହୋଇଛନ୍ତି। ପ୍ରତିବାଦ ଓ ନ୍ୟାୟ ଦାବିରେ ବିଜେପି କର୍ମୀମାନେ ଗୋପ ଥାନା ଆଗରେ ଧାରଣା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଆଜି ଗୋପ ବ୍ଲକ୍ରେ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଥିଲା। ଗୋପ ବ୍ଲକ୍ ଏରବଙ୍ଗ ପଞ୍ଚାୟତର ଏରବଙ୍ଗ ଗାଁରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ବିଧାୟକ ଶ୍ରୀ ଦାଶଙ୍କ ସହ ତାଙ୍କ ସମର୍ଥକମାନେ ଶୋଭାଯାତ୍ରା କରି ଯାଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଗୋପରେ ବିଭିନ୍ନ ଅନିୟମିତତା ଓ ଶ୍ରୀ ଦାଶ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରି ଗୋପ ବ୍ଲକ୍ ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ସ୍ବାଇଁଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବିଧାୟକ ଶ୍ରୀ ଦାଶଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ଶ୍ରୀ ଦାଶ ଓ ବିଜେଡି ସରକାରଙ୍କ ବିରୋଧୀ ନାରା ଦେଇଥିଲେ। ଏହିସମୟରେ ଶୋଭାଯାତ୍ରାରେ ଯାଉଥିବା କର୍ମୀମାନେ କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏଥିରେ ବିଜେପି ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ଓ ଅନ୍ୟମାନେ ଆହତ ହୋଇଥିଲେ। ମୁହଁ, ମୁଣ୍ଡ ସହ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ଆକ୍ରମଣ ପରେ ନ୍ୟାୟ ଦାବିରେ ବିଜେପି ନେତା ଓ କର୍ମୀମାନେ ଗୋପ ଥାନା ଗାଡ଼ିକୁ ଅଟକାଇଥିଲେ। ପରେ ଥାନା ଆଗରେ ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ। ଶିବପ୍ରସାଦ ଅଭିଯୋଗ କରିଛନ୍ତି, ଗୋପ ବ୍ଲକ୍ ବିଜେଡି ସଭାପତିଙ୍କ ପୁଅ ମଞ୍ଜିତ ପାଇକରାୟ, ଗୋପ ବ୍ଲକ୍ ଛାତ୍ର ବିଜେଡି ସଭାପତି ଦେବାଶିଷ ସାହୁ, ସେକ୍ ଆଦିଫ୍, ନରେଶ ପ୍ରଧାନ ପ୍ରମୁଖ ମିଳିତ ଭାବେ ତାଙ୍କୁ ଓ ତାଙ୍କ ସହ ଥିବା ଅନ୍ୟମାନଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ସେ ଏ ସମ୍ପର୍କରେ ଗୋପ ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି।
[ad_2]