ରାଜନୀତି

କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ! – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମେ ୭ରେ ହେବ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଆମେ ନିଷ୍ପତ୍ତି ନେବୁ। କେଜ୍ରିଵାଲଙ୍କୁ ଅନ୍ତରୀଣ ଜାମିନ ଦେବାର ସମ୍ଭାବନା ଉପରେ ବିଚାର କରାଯିବ ଏବଂ ଏଥିପାଇଁ ଉଭୟ ପକ୍ଷ ପ୍ରସ୍ତୁତ ରୁହନ୍ତୁ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହା କହିଛନ୍ତି। କେଜ୍ରିୱାଲଙ୍କୁ ଗିରଫ କରିଥିବା ଇଡି ଏବଂ କେଜ୍ରିଵାଲଙ୍କ ଓକିଲ ଏ ବାବଦରେ ମେ ୭ରେ ସେମାନଙ୍କ ପକ୍ଷ ରଖିବେ। ଖଣ୍ଡପୀଠ କହିଛନ୍ତି, ଆମେ ଏ କ୍ଷେତ୍ରରେ ଖୋଲା ଆଭିମୁଖ୍ୟ ଗ୍ରହଣ କରିଛୁ ଏବଂ ଉଭୟ ପକ୍ଷଙ୍କୁ ଯେଭଳି ବିସ୍ମିତ ହେବାକୁ ପଡ଼ିବ ନାହିଁ ତାହା ମଧ୍ୟ ଧ୍ୟାନରେ ରଖିବୁ। ମାମଲାର ପୂର୍ବ ଶୁଣାଣିରେ ସୁପ୍ରିମ୍‌କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ କରିଥିଲେ ଯେ ନିର୍ବାଚନ ସମୟରେ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଯାଇଛି?



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button