ସ୍ୱାମୀ ଆଗରେ ସନ୍ତାନକୁ ମାଡ଼ମାରି ସ୍ତ୍ରୀଙ୍କୁ ଗଣଦୁର୍ଷ୍କମ କଲେ, ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ – Kalinga News
[ad_1]
ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି। ଜୈନିକ ମହିଳାଙ୍କୁ ତାଙ୍କ ସ୍ୱାମୀ ଆଗରେ ଗଣଦୁର୍ଷ୍କମ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ମୂଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଲକ୍ଷ୍ମୀପି୍ରୟା (ଛଦ୍ମନାମ) ୨୫ଙ୍କ ସ୍ୱାମୀ ତାଙ୍କର ଦୁଇ ଜଣ ସାଙ୍ଗ ସହିତ ଶୁକ୍ରବାର ରାତିରେ ଚିଲିକାକୂଳରେ ମଦ୍ୟପାନ କରିଥିଲେ। ଦୁଇ ସାଙ୍ଗ ସହିତ ସବୁବେଳେ ପୀଡ଼ିତାଙ୍କ ସ୍ୱାମୀ ମଦ୍ୟପାନ କରିଥାନ୍ତି। ଶୁକ୍ରବାର ରାତିରେ ମଦ୍ୟପାନ କରିବା ପରେ ପୀଡ଼ିତା ତାଙ୍କ ସ୍ୱାମୀଙ୍କୁ ମଦ୍ୟପାନ ନ କରିବାକୁ ବାରଣ କରିଥିଲେ। ଏହା ସହିତ ସ୍ୱାମୀଙ୍କ ଦୁଇ ସାଙ୍ଗ ସହିତ ଝଗଡ଼ା କରିଥିଲେ। ଏଥିରେ ଦୁଇ ସାଙ୍ଗ ରାଗିଯାଇଥିଲେ। ରାଗି ଯାଇ ସେମାନେ ପୀଡିତାଙ୍କ ସ୍ୱାମୀଙ୍କୁ ବାନ୍ଧି ଦେଇଥିଲେ। ଘରେ ଥିବା ଛୋଟ ଶିଶୁକୁ ବାଡ଼େଇ ଘରୁ ବାହାରକୁ ବାହାର କରିଥିଲେ। ପରେ ପୀଡ଼ିତାଙ୍କୁ ବଳପୂର୍ବକ ମଦ ପିଇବାକୁ ଦେଇ ଦୁଇ ଅଭିଯୁକ୍ତ ଗଣଦୁର୍ଷ୍କମ କରିଥିବା ପୀଡିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଆଧାର କରି ୯/୨୪ରେ ଦଫା ୩୭୬/ଡିପିଆଇ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ଉଭୟ ପୀଡିତା ଓ ମୂଖ୍ୟ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଛି। ଏଥିରେ ମୂଖ୍ୟ ଅଭିଯୁକ୍ତ କୃଷ୍ଣପ୍ରସାଦ ଥାନା ନୂଆପଡା ଗାଁର ବୁଲୁ ଗର୍ଜବିଚ (୪୦)କୁ ଗିରଫ କରାଯାଇଛି। ଡାକ୍ତରିମାଇନା ଶେଷ ହେବା ପରେ ଅଭିଯୁକ୍ତ ବୁଲୁକୁ କୋର୍ଟ ଚାଲାଣ କରାଯିବ ବୋଲି ଅରଖକୁଦା ମେରାଇନ ଥାନା ଆଇଆଇସି ସସ୍ମିତା ବେହେରା କହିଛନ୍ତି। ଅନ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଏକ ପୁଲିସ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଆଇଆଇସି ସୂଚନା ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆଜି ସବୁଠି ଚିନ୍ତାର ବିଷୟ ହୋଇଛି।
[ad_2]