ଅନିୟନ୍ତ୍ରିତ ହୋଇ ଦୋକାନ ଭିତରେ ପଶିଲା କାର; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା – Kalinga News

[ad_1]
ନୂଆଦିଲ୍ଲୀ: ତାମିଲନାଡ଼ୁର ବେଲ୍ଲୋରରେ ଅନିୟନ୍ତ୍ରିତ ହୋଇ ଏକ କାର ଦୋକାନ ଭିତରେ ପ୍ରବେଶ କରିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପ୍ରକାଶିତ ରିପୋର୍ଟ ମୁତାବକ,ଏହି ଘଟଣା ପେନ୍ନାଥୁର ପଲାନି ରାସ୍ତାରେ ଘଟିଛି। ଏଠାରେ ରାସ୍ତାପାର୍ଶ୍ବରେ ଥିବା ଏକ ଭୋଜନାଳୟରେ କିଛି ଲୋକ ଖାଦ୍ୟ ଖାଉଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଏକ କାର ଅନିୟନ୍ତ୍ରିତ ହୋଇ ଦୋକାନ ଭିତରେ ପଶି ଯାଇଥିଲା। ଏହି ଦୁର୍ଘଟଣା ଦେଖି ଦୋକାନ ଭିତରେ ଓ ବାହାରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ। କାର ଧକ୍କାରେ ଜଣେ ମହିଳା ଗୁରୁତର ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ମହିଳାଙ୍କ ନାମ ସାୟଶା ବୋଲି ଜଣାପଡ଼ିଛି।
ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ କାର ଚାଳକଙ୍କୁ ଅଟକ ରଖିଥିଲା। ପଚରାଉଚରା ସମୟରେ କାର ଚାଳକ ନିଜର ନାମ କାର୍ତ୍ତିକ ବୋଲି କହିବା ସହିତ କହିଥିଲେ, ‘ଦୁଇଦିନ ହେବ ପ୍ରବଳ କାମ ଥିଲା। ଯେଉଁ କାରଣରୁ ସେ ରାତି କି ଦିନରେ ଶୋଇବାକୁ ସମୟ ପାଇ ନଥିଲେ। ଏହି କାରଣରୁ କାର ଚଲାଇବା ସମୟରେ କେତେବେଳେ ଯେ ତାଙ୍କ ଆଖି ଲାଗି ଯାଇଥିଲା ସେ ଜାଣିପାରି ନଥିଲେ।
[ad_2]