ରାଜନୀତି

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ନେଇ କଳ୍ପନାଜଳ୍ପନା: କାହାକୁ ଲାଭ ଦେବ ରାହୁଲଙ୍କ ଗସ୍ତ? – Kalinga News

[ad_1]

କ୍ଷୀରୋଦ ପାଢୀ

ଭୁବନେଶ୍ବର: ଜାନୁଆରି ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି।ଏହି ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଆସନ୍ତା ଫେବ୍ରୁଆରି ୬ ତାରିଖ ଦିନ ସନ୍ଧ୍ୟାରେ ସୁନ୍ଦରଗଡର ବୀରମିତ୍ରପୁରରେ ପହଁଚିବ। ଏଥିପାଇଁ ସୁନ୍ଦରଗଡ ଓ ଝାରସୁଗୁଡାରେ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସଫଳ କରିବାକୁ ଚେଷ୍ଟା କରୁଛି ଦଳ। ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ କଥାଟିକୁ ଗୁରୁତ୍ବ ଦେଉଛନ୍ତି, ତାହା ହେଲା – ଏହି ଦୁଇ ଜିଲ୍ଲା ଅନ୍ତର୍ଗତ ୯ ଟି ବିଧାନସଭା ଓ ୨ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳର ଦୁର୍ବଳ ସ୍ଥିତିରେ ସୁଧାର ଆସିବ ନା ନାହିଁ? ରାହୁଲ ଗାନ୍ଧୀଙ୍କର ଗସ୍ତର ପ୍ରଭାବ ଆଉ କେଉଁ ଜିଲ୍ଲାରେ ପଡ଼ିପାରେ? ୨୦୨୪ ସାଧାରଣ ନିର୍ବାଚନ ସମୟରେ କଂଗ୍ରେସ ସ୍ଥିତିରେ ଉନ୍ନତି ଆସିବ କି?

ଗତ ୨୦୧୯ ବିଧାନସଭା ନିର୍ବାଚନରେ ଏହି ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ସୁନ୍ଦରଗଡର ବଣାଇରେ ସିପିଆଇଏମ୍‌ ଓ ଝାରସୁଗୁଡାର ବ୍ରଜରାଜନଗରରେ ସିପିଆଇ ସହ ମେଣ୍ଟ କରିଥିଲା କଂଗ୍ରେସ। ବଣାଇରେ ମେଣ୍ଟ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିଲେ। ବ୍ରଜରାଜନଗରରେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ କିନ୍ତୁ ୬% ଭୋଟ ପାଇଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ କଂଗ୍ରେସର କିଶୋର ପଟେଲ ୧୮.୧୪% ଭୋଟ ପାଇଥିଲେ।
ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡା ପ୍ରାର୍ଥୀ ମହେନ୍ଦ୍ର ନାୟକ ୧୧% ଭୋଟ ପାଇଥିଲେ। ହେଲେ ୨୦୨୩ ମସିହାରେ ଅନୁଷ୍ଠିତ ଝାରସୁଗୁଡା ଉପନିର୍ବାଚନରେ ଦଳର ପ୍ରାର୍ଥୀ ତରୁଣ ପାଣ୍ଡେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିଲେ। ସେବେ ସେ ୨.୫୬% ଭୋଟ ହାସଲ କରିଥିଲେ। ଏହି ନିର୍ବାଚନରେ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜର୍ଜ ତିର୍କୀଙ୍କୁ କିନ୍ତୁ ୨୪% ଭୋଟ ମିଳିଥିଲା। ସେହିଭଳି ବରଗଡର ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ୮.୭୭%ଭୋଟ ପାଇଥିଲେ। ସୁନ୍ଦରଗଡ ଜିଲ୍ଲାର ତଲସରାରେ ୨୦୧୯ ରେ କଂଗ୍ରେସ ପ୍ରାର୍ଥୀ ୨୭%, ବୀରମିତ୍ରପୂରରେ ୨୫%, ରଘୁନାଥପାଲୀରେ ୧୮%, ରାଉରକେଲାରେ ୧୧% ଓ ସୁନ୍ଦରଗଡରେ ୭% ଭୋଟ ପାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତଲସରାରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଡକ୍ଟର ପ୍ରଫୁଲ୍ଲ ମାଝୀ, ବୀରମିତ୍ରପୂରର ରୋହିତ ଯୋଶେଫ ତିର୍କି, ଝାରସୁଗୁଡାର ମହେନ୍ଦ୍ର ନାୟକ ଓ ସୁନ୍ଦରଗଡ ଲୋକସଭା ପ୍ରାର୍ଥି ଜର୍ଜ ତିର୍କି କଂଗ୍ରେସ ଛାଡି ସାରିଛନ୍ତି। ଏହି ଚାରି ନେତା ଦଳ ଛାଡିବା ଦଳୀୟ ସଂଗଠନ ଉପରେ ଗଭୀର ପ୍ରଭାବ ପକାଇଛି। ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ମଧ୍ୟ ୨୦୧୯ ନିର୍ବାଚନ ପୂର୍ବରୁ ଅସନ୍ ତୋଷ ପ୍ରକାଶ କରି ଦଳ ଛାଡିଥିଲ‌େ।

ଏଭଳି ସ୍ଥିତିରେ ରାହୁଲଙ୍କ ଏହି ଗସ୍ତର ପ୍ରଭାବକୁ ନେଇ କଳ୍ପନାଜଳ୍ପନା ହେବା ସ୍ବାଭାବିକ। ଏପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା କଂଗ୍ରେସ ସମେତ ସାମଗ୍ରିକ ଭାବେ ଇଣ୍ଡି ମେଣ୍ଟକୁ ଫାଇଦା ଦେବ ବୋଲି ଆଶାବାଦୀ ଅଛନ୍ତି ୨୦୧୯ ମସିହାର ବ୍ରଜରାଜନଗରର ମେଣ୍ଟ ପ୍ରାର୍ଥୀ ରମେଶ ତ୍ରିପାଠୀ। ରାହୁଲଙ୍କ ଗସ୍ତ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ସମଗ୍ର ପଶ୍ଚିମ ଓଡିଶାରେ ଫାଇଦା ଦେବ ବୋଲି ଦାବି କରିଛନ୍ତି ବରଗଡର ପୂର୍ବତନ ସାଂସଦ ସଂଜୟ ଭୋଇ। ପୂର୍ବରୁ ଭାରତ ଯୋଡୋ ନ୍ୟାୟ ଯାତ୍ରା ରାଜ୍ୟର ୪ ଜିଲ୍ଲାରେ ୪ ଦିନରେ ୩୪୧ କିଲୋମିଟର ଗସ୍ତ କରିବେ ବୋଲି ଏଆଇସିସି ପକ୍ଷରୁ କୁହାଯାଇଥିଲା। ପରେ ପୁଣି ଏହି ସମୟରେ ସେଥିରେ ପରିବର୍ତ୍ତନ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button