ବିଜେପି ଛାଡ଼ିବେ ରାଧାରାଣୀ: ଦଳୀୟ ଅବହେଳା ନେଇ ଅସନ୍ତୋଷ ଝାଡ଼ିଲେ – Kalinga News

[ad_1]
‘ବିଜେଡିରୁ ଡାକରା ଆସିଛି, ଠିକ୍ ଲାଗିଲେ ମିଶିବି’
ଝାରସୁଗୁଡ଼ା: ସାଧାରଣ ନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ବ୍ରଜରାଜନଗର ବିଜେପିକୁ ଶକ୍ତ ଝଟ୍କା। ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଏକପ୍ରକାର ଦଳ ଛାଡ଼ିବେ ବୋଲି ନିଷ୍ପତ୍ତି ଏକପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ, ବିଜେଡିରୁ ଡାକରା ଆସିଥିବା ସେ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଶ୍ରୀମତୀ ପଣ୍ଡା କହିଛନ୍ତି, ବିଜେଡିରୁ ତାଙ୍କୁ ଡାକରା ଆସିଥିବା ବେଳେ ଖୁବ୍ଶୀଘ୍ର ସେ ବିଜେଡି ମୁଖ୍ୟାଳୟକୁ ଯାଇ ଆଲୋଚନା କରିବେ। ସେମାନଙ୍କ ପ୍ରସ୍ତାବ ଠିକ୍ ଲାଗିଲେ ବିଜେଡିରେ ସାମିଲ୍ ହେବେ। ଏଥିସହିତ, ଶ୍ରୀମତୀ ପଣ୍ଡା ବିଜେପି ପ୍ରତି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି, ସେ ଦଳ ପାଇଁ ଏତେ କିଛି କରିଛନ୍ତି, ହେଲେ ଟିକେଟ କାଟିବା ପରେ ମଧ୍ୟ ତାଙ୍କୁ ଫୋନ୍ଟିଏ ବି କରାଯାଇନି। କେବଳ ସେତିକି ନୁହେଁ, ସୁରେଶ ପୂଜାରୀଙ୍କୁ ଆଣି ବ୍ରଜରାଜନଗରରେ ବସାଇ ଦିଆଯାଇଥିବାବେଳେ ସେ ନାମାଙ୍କନ ପାଇଁ ଗଲାବେଳେ ବି ତାଙ୍କୁ ଫୋନ୍ କରି ଡାକିବାକୁ ଯୋଗ୍ୟ ମନେ କରିନାହାନ୍ତି। ଏଭଳି ଅସମ୍ମାନ, ଦୁର୍ବ୍ୟବହାର କରୁଥିବା ଦଳରେ କିଏ ରହିବ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହାରେ ଶ୍ରୀମତୀ ପଣ୍ଡା ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
[ad_2]