‘ତ୍ରିକନ୍ୟା’କୁ ୟୁ/ଏ – Kalinga News

[ad_1]
ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା ‘ତ୍ରିକନ୍ୟା’ର ସେନସର୍ କାମ ଶେଷ ହୋଇଛି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ଏହାକୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିବା ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶକ। ଏହାର ପ୍ରଯୋଜନା କରିଛନ୍ତି ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ। ଫିଲ୍ମର କାହାଣୀ ତିନି ମହିଳାଙ୍କୁ ନେଇ ଗତିଶୀଳ ହୋଇଛି, ଯେଉଁମାନେ ଭିନ୍ନ ଭିନ୍ନ ସାମାଜିକ, ଭୌଗୋଳିକ ପ୍ରେକ୍ଷାପଟରୁ ଆସିଛନ୍ତି। ଶ୍ରଦ୍ଧା ପାଣିଗ୍ରାହୀ, ବର୍ଷା ପଟ୍ଟନାୟକ ଓ ନିଭି ପ୍ରମୁଖ ଚରିତ୍ରରେ ଅଛନ୍ତି। ମନୋଜ ମିଶ୍ର, ଅମନ, ପାର୍ଥ ସାରଥୀ ରାୟ, ନିଶାନ୍ତ ମାଜିଥିୟା, ସିଜନ୍ ମହାପାତ୍ର ଓ ସୁକାନ୍ତ ରଥଙ୍କ ଭଳି ପରିପକ୍ବ କଳାକାର ବି ‘ତ୍ରିକନ୍ୟା’ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ମାନସ ପଢ଼ିହାରୀ ଏହାର ସଂଳାପକାର। ଆନ୍ତର୍ଜାତିକ ମହିଳା ଦିବସ (ମାର୍ଚ୍ଚ ୮) ଅବସରରେ ଏହା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
[ad_2]