ମନୋରଞ୍ଜନ

ବାହାହେବେ ରାକୁଲ୍ – Kalinga News

[ad_1]

୨୦୨୪ ମସିହା ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। କାହିଁକି ନା, ଆଗାମୀ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାକୁଲ୍। ସେ ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଛି। ସେମାନଙ୍କ ବିବାହରେ ପରିବାର ଲୋକ ଓ ନିକଟତର ବନ୍ଧୁ ସାମିଲ୍ ହେବେ ବୋଲି ଜାଣିବାକୁ ମିଳିଛି। ରାକୁଲ ଓ ଜ୍ୟାକିଙ୍କ ବାହାଘର ଗୋଆର ବିଳାସମୟ ରିସର୍ଟ ଆଇଟିସି ଗ୍ରାଣ୍ଡ୍‌ରେ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଅନୁସାରେ, ୨୪୬ ରୁମ୍ ବିଶିଷ୍ଟ ଏହି ରିସର୍ଟରେ ଉଭୟ ଇନ୍‌ଡୋର ଓ ଆଉଟ୍‌ଡୋର୍ ସୁଟିଂ ପାଇଁ ବିସ୍ତୃତ ସ୍ଥାନ ରହିଛି। ବିବାହର ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସୁନ୍ଦର ଉଦ୍ୟାନ, ସୁଇମିଂ ପୁଲ୍ ଓ ସ୍ପା ଆଦି ରହିଛି। ଶେଷ ମୁହୂର୍ତ୍ତରେ ହିଁ ରାକୁଲ୍ ଓ ଜ୍ୟାକି ବିଦେଶ ବଦଳରେ ନିଜ ଦେଶ ଭାରତରେ ବାହା ହେବାକୁ ସ୍ଥିର କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button