ମନୋରଞ୍ଜନ

ରୋମାଞ୍ଚହୀନ ମ୍ୟାଡାମ୍ ୱେବ୍ – Kalinga News

[ad_1]

ଦେଖିଲା ପରେ…

କ୍ୟାସେଣ୍ଡ୍ରା ୱେବ୍ ବା ମ୍ୟାଡାମ୍‌ ୱେବ୍ (ଡାକୋଟା ଜନ୍‌ସନ୍‌) ଜଣେ ପାରାମେଡିକ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ନିଜର ଭବିଷ୍ୟତ ଦେଖିବାର ସାମର୍ଥ୍ୟ ଆବିଷ୍କାର କରନ୍ତି। କ୍ରମେ ସେ ଜୁଲିଆ, ମ୍ୟାଟି ଓ ଆନ୍ୟା ନାମ୍ନୀ ତିନିଜଣ ଝିଅଙ୍କ ସଂସ୍ପର୍ଶରେ ଆସନ୍ତି ଯେଉଁମାନେ ଭବିଷ୍ୟତରେ ଜଣେ ଜଣେ ସ୍ପାଇଡ୍‌ର-ଓମ୍ୟାନ୍‌ ହେବାର ଅଛି। ସେମାନେ ବଞ୍ଚି ରହିଲେ ସିନେମାର ଖଳନାୟକର ଜୀବନ ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଖଳନାୟକ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁଛି। ମ୍ୟାଡମ୍‌ ୱେବ୍ ସେ ତିନିଜଣଙ୍କୁ ରକ୍ଷା କରିବାକୁ ଉଦ୍ୟମ କରୁଛନ୍ତି। ଏହା ହେଉଛି ନାରୀକୈନ୍ଦ୍ରିକ ସୁପରହିରୋ ଚଳଚ୍ଚିତ୍ର ‘ମ୍ୟାଡାମ୍‌ ୱେବ୍’ର ସଂକ୍ଷିପ୍ତ କାହାଣୀ। ‘ମାର୍ଭେଲ୍’ କମିକ୍‌ସ ଓ ଚଳଚ୍ଚିତ୍ରର ପ୍ରଶଂସକମାନେ ଯଦି ଏହି କାହାଣୀରେ ମନୋରଂଜନର ସମ୍ଭାବନା ଅନୁମାନ କରୁଛନ୍ତି, ତେବେ ସେମାନେ ପ୍ରେକ୍ଷାଳୟରେ ଭୁଲ୍ ପ୍ରମାଣିତ ହେବେ।

ଷ୍ଟାନ୍‌ ଲି’ଙ୍କ ମାର୍ଭେଲ୍ କମିକ୍ସ ‘ସ୍ପାଇଡର୍‌ମ୍ୟାନ୍‌’ର ଏକ ପ୍ରସିଦ୍ଧ ଧାଡ଼ି ହେଉଛି ‘ଵିଥ୍ ଗ୍ରେଟ୍‌ ପାଵାର୍ କମ୍‌ସ ଗ୍ରେଟ୍ ରେସ୍‌ପନ୍‌ସିବିଲିଟି!’ ଅର୍ଥାତ୍‌, ଯେତେ ବଡ଼ କ୍ଷମତା, ସେତେ ବଡ଼ ଦାୟିତ୍ବ। ସ୍ପାଇଡର୍‌ମ୍ୟାନ୍‌ ଚଳଚ୍ଚିତ୍ରରେ ତରୁଣ ପିଟର ପାର୍କରଙ୍କୁ ଏହି କଥାଟି କହିଥିଲେ ତାଙ୍କ ଦାଦା ବେନ୍‌। ତେବେ ନାରୀକୈନ୍ଦ୍ରିକ ସୁପର୍‌ହିରୋ ଚଳଚ୍ଚିତ୍ର ‘ମାଡାମ୍‌ ୱେବ୍’ରେ ଉକ୍ତ କିଂବଦନ୍ତୀୟ ସଂଳାପକୁ ଓଲଟାଇ ଦିଆଯାଇଛି। ଗୋଟିଏ ଦୃଶ୍ୟରେ ମୁଖ୍ୟ ଚରିତ୍ର କ୍ୟାସେଣ୍ଡ୍ରା ୱେବ୍‌ଙ୍କୁ ଜଣେ ଶୁଭାକାଂକ୍ଷୀ କହୁଥିବାର ଶୁଣିବାକୁ ମିଳେ: ‘ତୁେମ ଯେତେବେଳେ ଦାୟିତ୍ବ ଗ୍ରହଣ କରିବ, ତୁମକୁ ବଡ଼ କ୍ଷମତା ମିଳିବ।’ ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନରେ ସୃଷ୍ଟି ହୋଇଥିବା ନାନା ପ୍ରଶ୍ନର ଉତ୍ତର ଏହି ଦୃଶ୍ୟରେ ମିଳିଥିବାରୁ ଏହାକୁ ସିନେମାର ସବୁଠାରୁ ରୋମାଞ୍ଚକର ଦୃଶ୍ୟ ବୋଲି କୁହାଯାଇପାରେ। ପରବର୍ତ୍ତୀ ସମୟରେ କ୍ୟାସେଣ୍ଡ୍ରା ୱେବ୍ ତିନିଜଣ ଝିଅଙ୍କୁ ସିନେମାର ଖଳନାୟକ ଠାରୁ ରକ୍ଷା କରିବା ଅଭିଯାନରେ ଲାଗିପଡ଼ନ୍ତି। ଶେଷରେ ସ୍ପାଇଡର୍‌ମ୍ୟାନ୍‌ ରୂପ ଧାରଣ କରିଥିବା ଖଳନାୟକକୁ ମାରିବାରେ କ୍ୟାସେଣ୍ଡ୍ରା ସଫଳ ହୁଅନ୍ତି, ଯାହା ପରେ ତାଙ୍କୁ ଓ ଦର୍ଶକଙ୍କୁ ତାଙ୍କ ଅନ୍ତର୍ନିହିତ ‘ଶକ୍ତି’ ବିଷୟରେ ଧାରଣା ମିଳେ।

ତେବେ କ୍ୟାସେଣ୍ଡ୍ରାଙ୍କ ଶକ୍ତିର ପୂର୍ଣ୍ଣ ଉପଯୋଗ ଦେଖିବା ଆଶାରେ ଯାଇଥିବା ଦର୍ଶକ ନିଶ୍ଚୟ ନିରାଶ ହେବେ। କାରଣ ‘ମାର୍ଭେଲ୍ କମିକ୍‌ସ’ର ଦୃଷ୍ଟିହୀନ ବୃଦ୍ଧା ଚରିତ୍ର ‘ମ୍ୟାଡାମ୍‌ ୱେବ୍‌’ଙ୍କୁ କେନ୍ଦ୍ରରେ ରଖି ଏହି ଚଳଚ୍ଚିତ୍ର ନିର୍ମିତ ହୋଇଥିଲେ ହେଁ ଏଥିରେ ସେ ବୃଦ୍ଧା ବା ଦୃଷ୍ଟିହୀନ କୌଣସିଟି ନୁହନ୍ତି। ଏଥିରେ କେବଳ ଭବିଷ୍ୟତ ଦେଖିବାର ସାମର୍ଥ୍ୟ ହିଁ ଏହି ନାରୀ ସୁପର୍‌ହିରୋଙ୍କୁ ମିଳିଛି। ଏହି ଚଳଚ୍ଚିତ୍ରରେ ‘ସ୍ପାଇଡର୍‌ମ୍ୟାନ୍‌’ ଚଳଚ୍ଚିତ୍ର ସହ ତୁଳନୀୟ କାହାଣୀ ନାହିଁ କି ଅନ୍ୟ କୌଣସି ସୁପର୍‌ହିରୋ ଚଳଚ୍ଚିତ୍ର ଭଳି ରୋମାଞ୍ଚକର ଆକ୍‌ସନ ବା ସ୍ପେସାଲ୍‌ ଇଫେକ୍ଟସ୍‌ ନାହିଁ। ଡାକୋଟା ଜନ୍‌ସନ୍ ଓ ସିଡ୍‌ନି ସ୍ବିନିଙ୍କ ପରି ଆକର୍ଷଣୀୟ ଅଭିନେତ୍ରୀଙ୍କ ଉପସ୍ଥିତି ଦର୍ଶକଙ୍କର ସମାନ୍ୟ ମନୋରଂଜନ କରିବ ଯାହା। ଏହାର ସଂଳାପଗୁଡ଼ିକ ଯେତିକି ନିରସ, ହାସ୍ୟରୋଳ ସୃଷ୍ଟିର ଉଦ୍ୟମ ସେତିକି ହାସ୍ୟାସ୍ପଦ। ମୁଖ୍ୟ ଚରିତ୍ରମାନଙ୍କର ଜୀବନ କାହାଣୀର ପୃଷ୍ଟଭୂମି ଏତେ ଦୁର୍ବଳ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି ଯେ ଦର୍ଶକ ପ୍ରେକ୍ଷାଳୟରୁ ବାହାରିବା ସମୟରେ କୌଣସି ଚରିତ୍ର ସହିତ ଆବେଗିକ ସ୍ତରରେ ଯୋଡ଼ିହୋଇଥିବାର ମନେ ହେବ ନାହିଁ। ଏହି ସିନେମା ଶେଷରେ ଏକ ପରବର୍ତ୍ତୀ ଭାଗ ସମ୍ପର୍କରେ ଆଭାସ ମିଳିଛି ଯେଉଁଥିରେ ହୁଏତ ତିନିଜଣ ସ୍ପାଇଡର୍‌-ଵିମେନ୍‌ଙ୍କୁ ଏକ ଶକ୍ତିଶାଳୀ କାହାଣୀ ସହିତ ନିକଟ ଭବିଷ୍ୟତରେ ଦେଖିବାକୁ ମିଳିପାରେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button