ଅଂଶୁମାନ ମହାନ୍ତିଙ୍କ ପରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଶତାଧିକ କର୍ମୀ – Kalinga News

[ad_1]
ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି। ରାଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେଡିରେ ଯୋଗଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଅଂଶୁମାନଙ୍କ ସହିତ ଶତାଧିକ କର୍ମୀ କଂଗ୍ରେସ ଛାଡ଼ିଛନ୍ତି। ବ୍ଲକ କଂଗ୍ରେସ ସଭାପତି ଓ ବିଭିନ୍ନ ପଂଚାୟତ ସଭାପତି, ବ୍ଲକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ଅଂଶୁମାନ ମହାନ୍ତି ପିିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ବେଳେ ଆଜି ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା ଇସ୍ତଫା ଦେଇଛନ୍ତି।
ନେତାଙ୍କ ପଛେ ପଛେ ତାଙ୍କ ସମର୍ଥକମାନେ କଂଗ୍ରେସର ହାତ ଛାଡି ଦେଇଛନ୍ତି, ଯାହା କଂଗ୍ରେସ ପାଇଁ ବଡ ଝଟକା ସଦୃଶ। କାରଣ ରାଜନଗରରେ ବିଜେଡି ସହ ସିଧାସଳଖ ଲଢେଇ କରୁଥିଲା କଂଗ୍ରେସ। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବଡ ଭୋଟବ୍ୟାଙ୍କ ରହିଥିଲା। ତେଣୁ ଅଂଶୁମାନ ଦଳ ଛାଡ଼ିବା ପରେ ନୂଆ ଚେହେରା ଭାବେ କିଏ ସାମ୍ନାକୁ ଆସିବ ତାହା ସବୁଠୁ ବଡ ପ୍ରଶ୍ନ।
ଅଂଶୁମାନ ମହାନ୍ତି ୨୦୧୪ରୁ ୨୦୧୯ ଯାଏଁ କଂଗ୍ରେସ ଟିକେଟରେ ବିଧାୟକ ଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ଠାରୁ ପରାଜିତ ହୋଇଥିଲେ।
ବିଜେଡିରେ ଯୋଗଦେଲା ପରେ ଅଂଶୁମାନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ମୁଖ୍ୟମନ୍ତ୍ରୀ ନବୀନ ମହାନ୍ତିଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶ ଧରାରେ ଅନୁପ୍ରାଣିତ ହୋଇ ସମସ୍ତଙ୍କୁ ନେଇ ମୁଁ ବିଜେଡିରେ ମିଶିଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଅଂଶୁମାନ ବାବୁ ଓ ଧ୍ରୁବ ବାବୁ ମିଶିକି ରାଜନଗରର ବିକାଶ କରନ୍ତୁ। ସମସ୍ତେ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଧ୍ରୁବ ସାହୁ କହିଛନ୍ତି ସମସ୍ତଙ୍କୁ ଅଭିନନ୍ଦନ ଓ ସ୍ବାଗତ। ଆପଣଙ୍କ ମିଶିବା ପରେ ରାଜନଗରର ଆହୁରି ବିକାଶ ହୋଇପାରିବ। ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ନମ୍ବର ହୋଇ ରହିଛି। ଆଗକୁ ମଧ୍ୟ ରହିବ। ଅଂଶୁମାନ ବାବୁ ଓ ଧ୍ରୁବ ବାବୁ ମିଶିକି କାମ କଲେ ଦଳ ଆହୁରି ସୁଦୃଢ଼ ହେବ।
ସେହିପରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି। ରାଜନଗରରେ ଯେଉଁ ବିକାଶ ହୋଇଛି, ତାହା ଧ୍ରୁବ ସାହୁ ଓ ଅଂଶୁମାନ ଆହୁରି ବଢ଼ାଇବେ। ନଳିନୀ ବାବୁ ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା। ସେ ୭ ଥର ବିଧାୟକ ଥିଲେ। ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।
[ad_2]