ରାଜନୀତି

ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ମହୁଆ ମୈତ୍ରଙ୍କୁ ଇଡି ଜାରିକଲା ସମନ – Kalinga News

[ad_1]

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ  ମୈତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଫେବୃଆରି ୧୯ରେ ସମନ କରିଛି।

ଫେବ୍ରୁଆରି ୧୯ ତାରିଖରେ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ ୪୯ ବର୍ଷୀୟ ରାଜନେତାଙ୍କୁ କୁହାଯାଇଛି।

ସେ ସାକ୍ଷ୍ୟ ଦେବା ପରେ ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା)ର ବ୍ୟବସ୍ଥା ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯିବ।

ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ମହୁଆ ମୈତ୍ର ଗୃହରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଉଥିବା ଅଭିଯୋଗ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ପ୍ରଶ୍ନାବଳୀର ଜବାବ ପଠାଇଛନ୍ତି।

ବର୍ତ୍ତମାନ ସିବିଆଇ ଏହି ଜବାବକୁ ଯାଞ୍ଚ କରୁଛି, ଯାହା ପରେ ଲୋକପାଳଙ୍କ ନିକଟକୁ ଏକ ରିପୋର୍ଟ ସହ ପଠାଯିବ। ଉଲ୍ଲେଖଯୋଗ୍ୟ, ଲୋକପାଳଙ୍କ ଅଭିଯୋଗ କ୍ରମେ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ଏଜେନ୍‌ସି ସିବିଆଇ।

ପୂର୍ବରୁ ସିବିଆଇ ଏହି ମାମଲାର ତଦନ୍ତ କାଳରେ ଆଇନଜୀବୀ ଜୟ ଦେହାଦରାଇ ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ କଥା ହୋଇଥିବା ଜଣାପଡିଛି।

ବିଜେପି ଲୋକସଭା ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ ଉପହାର ଓ ଅର୍ଥ ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ଅଦାନି ଗ୍ରୁପ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ମୈତ୍ର ଲୋକସଭାରେ ପ୍ରଶ୍ନ ପଚାରିଛନ୍ତି।

ଏତଦ୍‌ବ୍ୟତୀତ ନିଜର ଆର୍ଥିକ ଫାଇଦା ପାଇଁ ପୂର୍ବତନ ସାଂସଦ ମୈତ୍ର ଜାତୀୟ ନିରାପତ୍ତା ସହ ବୁଝାମଣା କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ତବେ, ମୈତ୍ର କୌଣସି ପ୍ରକାରର ଭୁଲ କରି ନଥିବା କହିଥିଲେ ଏବଂ ଦାବି କରିଥିଲେ ଯେ ସେ ଆଦାନି ଗ୍ରୁପର ଡିଲ୍‌ ଉପରେ ପ୍ରଶ୍ନ ଉଠାଇ ଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି।

ଲୋକପାଳ ଆଇନ ଅନୁଯାୟୀ ୱେବସାଇଟରେ କୌଣସି ରେଫରାଲ ଆଦେଶ ଅପଲୋଡ କରିନାହାଁନ୍ତି କିମ୍ବା ଏସଂକ୍ରାନ୍ତରେ ସିବିଆଇ କୌଣସି ଆଧିକାରୀକ ସୂଚନା ଦେଇନାହିଁ ବୋଲି ମୈତ୍ର ନଭେମ୍ବର ମାସରେ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button