ଏକ କିଲୋ ଗୋଲାପ ଜାମୁନ କିଣିଲେ, ଏମ.କେ ଷ୍ଟାଲିନଙ୍କୁ ମୌସୁର ପାକ୍ ଉପହାର ଦେଲେ ରାହୁଲ – Kalinga News

[ad_1]
କୋଏମ୍ବାଟୁର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ରାତିରେ ବିରତି ନେଇ ନିଜ ମନଫୁର୍ତ୍ତ କରିଛନ୍ତି। ରାହୁଲ ପ୍ରଚାର ସାରିବା ପରେ ଏକ ମିଠା ଦୋକାନ ପରିଦର୍ଶନ କରିଥିଲେ। ମିଠା ଦୋକାନର ମାଲିକ ବାବୁ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଆସିବାର ଦେଖିଲେ ତ ଖୁବ୍ ଖୁସି ହୋଇଗଲେ। ପ୍ରଥମେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ରାହୁଲ ତାଙ୍କ ଦୋକାନରୁ ଏକ କିଲୋଗ୍ରାମ ଗୋଲାପ ଜାମୁନ୍ କିଣିବା କଥା ସେ କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି “ରାହୁଲ ଗାନ୍ଧୀ ଆସିବା ପରେ ଆମେ ଆନନ୍ଦିତ ହୋଇଥିଲୁ। ସେ ବୋଧହୁଏ ଏକ ସଭା ପାଇଁ କୋଏମ୍ବାଟୁର ପରିଦର୍ଶନ କରୁଥିଲେ। ତାଙ୍କର ଗୋଲାପ ଜାମୁନ୍ ପସନ୍ଦ ହୋଇଥିବାରୁ କିଲୋ ମିଠା କିଣିଥିଲେ। ସେ ଅନ୍ୟ ମିଠାରୁ ମଧ୍ୟ କିଛିଟା ଚାଖିଥିଲେ। ମୁଁ ଖୁସି ଯେ ସେ ଆମ ଦୋକାନକୁ ଆସିଥିଲେ। ଆମ କର୍ମଚାରୀମାନେ ତାଙ୍କୁ ଦେଖି ଖୁସି ହୋଇଥିଲେ। ସେ ଏଠାରେ ୨୫-୩୦ ମିନିଟ୍ ରହିଲେ।’’
Shri @RahulGandhi gifts famous Mysore Pak to Shri @mkstalin.
Celebrating the loving relationship he shares with the people of Tamil Nadu. pic.twitter.com/Lw8vYrCC8L
— Congress (@INCIndia) April 12, 2024
ରାହୁଲ ଗାନ୍ଧୀ ଲୋକପ୍ରିୟ ମିଠା ମୌସୁର ପାକକୁ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଉପହାର ଦେଇଛନ୍ତି ବୋଲି କଂଗ୍ରେସ ଦଳ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ କହିଛି।
ତାମିଲନାଡୁର ୩୯ଟି ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଜୁନ୍ ୪ ପାଇଁ ଧାର୍ଯ୍ୟ କରାଯାଇଛି।
[ad_2]