ଶରଦ ପାଓ୍ବାରଙ୍କୁ ନୂଆ ଝଟକା ! ବାଚସ୍ପତି କହିଲେ ଅଜିତ ଗୋଷ୍ଠୀ ଅସଲ ଏନସିପି – Kalinga News

[ad_1]
ମୁମ୍ବାଇ: ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କୁ ଆଉ ଏକ ଝଟକା ଲାଗିଛି । ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାର୍ବେକର ଗୁରୁବାର କହିଛନ୍ତି ଯେ ଅଜିତ ଗୋଷ୍ଠୀ ହିଁ ପ୍ରକୃତ ଏନସିପି। କାରଣ ଏହି ଗୋଷ୍ଠୀପାଖରେ ସର୍ବାଧିକ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ବିଧାୟକମାନେ ବିଦ୍ରୋହ କରିଥିଲେ। ଅଜିତ ପାୱାର ଗୋଷ୍ଠୀ ତରଫରୁ ଦାବି କରାଯାଇଥିଲା ଯେ ସେମାନଙ୍କ ଗୋଷ୍ଠୀ ହେଉଛି ପ୍ରକୃତ ଏନସିପି । ଅଜିତ ପାୱାରଙ୍କ ପାଖରେ ଶରଦ ପାୱାରଙ୍କ ଠାରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଶରଦ ପାୱାର ଗୋଷ୍ଠୀର ସମସ୍ତ ଆବେଦନକୁ ବାଚସ୍ପତି ଖାରଜ କରିଦେଇଥିଲେ।
ବାଚସ୍ପତି କହିଛନ୍ତି ଯେ ଦଶମ ସୂଚୀ ଅନୁଯାୟୀ କାହା ପାଖରେ ଦଳ ଅଛି ତାହା ଦଳର ସମ୍ବିଧାନ, ନେତୃତ୍ୱ ଢାଞ୍ଚା ଏବଂ କାହା ପାଖରେ ବିଧାୟକ ଦଳ ଅଛି ତାହା ଆଧାରରେ ସ୍ଥିର କରାଯିବ। ଗତ ସପ୍ତାହରେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ‘ପ୍ରକୃତ ଏନସିପି’ ଭାବେ ମାନ୍ୟତା ଦେବା ଏବଂ ଶରଦ ପାୱାରଙ୍କ ସପକ୍ଷରେ ଦଳର ନାମ ଓ ଚିହ୍ନ ହଟାଇବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ବାଚସ୍ପତି ଉଦାହରଣ ଦେଇଥିଲେ। ପରବର୍ତ୍ତୀ ସମୟରେ ଶରଦ ପାୱାରଙ୍କ ଦଳର ନାମ ପରିବର୍ତ୍ତନ କରି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ଚନ୍ଦ୍ର ପାୱାର ରଖାଯାଇଥିଲା ।
[ad_2]