ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – Kalinga News

[ad_1]
ମୋଦୀ ସରକାର ଆପଣଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟ କରିବ, ଆପଣଙ୍କୁ ବିଦ୍ୟୁତ୍ ବିକ୍ରି କରି ରୋଜଗାର ଦେବ
ବାରିପଦା: ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଆଜି ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ଦୁଇ ଥର ପଦ୍ମ ଦୁଇଗୁଣା ବିକାଶ। ତୃତୀୟ ଥର ପୁଣି ପୂର୍ଣ୍ଣ ବହୁମତ ମୋଦୀ ସରକାର ହେବା ନିଶ୍ଚିତ ହୋଇଯାଇଛି। ସାରା ଦେଶ ଏହି ନିର୍ଣ୍ଣୟ ନେଇସାରିଛି। ବାରିପଦାରେ ଆୟୋଜିତ ବିଜେପିର ବିଜୟସଂକଳ୍ପ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା କୀଚକେଶ୍ବରୀଙ୍କୁ ସ୍ମରଣ କରିଥିଲେ। ଏହାଛଡ଼ା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ବି ପ୍ରଣାମ କରିଥିଲେ। ଓଡ଼ିଶାରେ ଆଜି ମୋର ଶେଷ ପ୍ରଚାର। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଆଗାମୀ ୫ ବର୍ଷ ଯାଏ ଏମିତି ରେ ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୈତିକ ଶକ୍ତି ହେବ। ମୋଦୀ ସରକାର ଆପଣଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟ କରିବ। ବିଜେପି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବ। ଓଡ଼ିଶାବାସୀ ଚାହାଁନ୍ତି ମେଦୀ ଗ୍ୟାରେଣ୍ଟି।
[ad_2]