କେଉଁଠି ଅଟକିଲା କଂଗ୍ରେସର ବସ୍ ଯାତ୍ରା? ‘ଇଣ୍ଡିଆ ମେଣ୍ଟ ଓଡ଼ିଶା’ରୁ ଓହରିବ ଫରୱାର୍ଡ ବ୍ଲକ୍ – Kalinga News
[ad_1]
ରାଜ୍ୟସ୍ତରୀୟ କମିଟିରେ ନିଷ୍ପତ୍ତି, କେନ୍ଦ୍ରୀୟ କମିଟିକୁ ଜଣାଇବ ଦଳ
ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଜନତାଙ୍କ ପାଖକୁ କାର ନୁହେଁ, ବରଂ ବସ୍ରେ ବୁଲିବାକୁ ନିଷ୍ପତ୍ତି ନେଇଥିଲା କଂଗ୍ରେସ। ପ୍ରଥମେ ଜାନୁଆରି ୨୧ ଓ ପରେ ଫେବ୍ରୁଆରି ୧ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଇଥିଲା। ହେଲେ ଏବେ ଫେବ୍ରୁଆରି ମାସ ଅଧା ହେଲାଣି ଦଳ ବସ୍ ଯାତ୍ରା କଥା ସଂପୂର୍ଣ୍ଣ ଭୁଲି ଯାଇଛି। ଦଳର ଆଗଧାଡ଼ିର କୌଣସି ନେତା ମଧ୍ୟ ଏ କଥା କହୁନାହାନ୍ତି। ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ଥିବା ବେଳେ କଂଗ୍ରେସର ବସ୍ ଯାତ୍ରା ଏକପ୍ରକାର ଘୋଷଣାରେ ଅଟକି ଯାଇଛି। ରାଜ୍ୟରେ ରାଜନୈତିକ ପାଣିପାଗ ଏବେ ସରଗରମ। ସବୁ ଦଳ ନିଜ ନିଜ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ କରିଛି। ତେଣୁ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ, ମହିଳା ହିଂସା, ଚାଷୀଙ୍କ ଦୁର୍ଦ୍ଦଶା, ଯୁବ ଓ ଛାତ୍ରମାନଙ୍କ ପ୍ରସଙ୍ଗକୁ ଗାଁ ଗାଁ, ଘରେ ଘରେ ପହଞ୍ଚାଇବା ଲାଗି ଅଭିନବ ଢଙ୍ଗରେ ଏଭଳି ଯାତ୍ରାର ପରିକଳ୍ପନା କରିଥିଲା କଂଗ୍ରେସ। ସବୁଆଡ଼େ ଲିଫଲେଟ୍ ବାଣ୍ଟିବା ସହ ଛୋଟବଡ଼ ସଭାର ଆୟୋଜନ କରିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଥିଲା। କଂଗ୍ରେସ କିପରି ଲୋକଙ୍କ ଆସ୍ଥାଭଜନ ହୋଇପାରିବ ତାହା ଥିଲା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରି ୨୧ ତାରିଖରୁ ପୁରୀରୁ ଏଭଳି ବସ୍ ଯାତ୍ରା ଆରମ୍ଭ ହୋଇଥାନ୍ତା। ମାତ୍ର ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହା ଘୁଞ୍ଚିଥିଲା। ଫେବ୍ରୁଆରି ୧ ତାରିଖରୁ ଲିଙ୍ଗରାଜ ମନ୍ଦିରୁ ଏହି ଯାତ୍ରା ଆରମ୍ଭ ପାଇଁ ପୁନର୍ବାର କହିଥିଲା ଦଳ। ହେଲେ ଚଳିତମାସ ୬ରୁ ୮ ତାରିଖ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଓଡ଼ିଶା ଗସ୍ତ ଥିବାରୁ ଏହା ଉପରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ହେଲେ ଏବେ ପ୍ରାର୍ଥୀ ଘୋଷଣା ପାଇଁ ବ୍ୟସ୍ତ ରହିଛି ଦଳ। ଏହାସହ ଆସନ୍ତା ୧୯ ତାରିଖରେ ରାଜ୍ୟ କଂଗ୍ରେସର ନିର୍ବାଚନ କମିଟି ବୈଠକ ବସିବ। ଏହାପରେ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟିକୁ ପଠାଯିବ। ଏଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ ଦଳର ବସ୍ ଯାତ୍ରା ନେଇ କୌଣସି ପ୍ରକାର ସମ୍ଭାବନା ନାହିଁ। ପିସିସି ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି କହିଛନ୍ତି, ଏବେ ପିଇସି ବୈଠକ ଓ ପରେ ସ୍କ୍ରିନିଂ କମିଟିକୁ ନେଇ ପ୍ରଦେଶ କଂଗ୍ରେସ ବ୍ୟସ୍ତ ରହିଛି। ବସ୍ ଯାତ୍ରା ନେଇ ବର୍ତ୍ତମାନସୁଦ୍ଧା କୌଣସି ଠୋସ୍ ନିଷ୍ପତ୍ତି ହୋଇନାହିଁ। କ୍ୟାମ୍ପେନ୍ ମୋଡ୍ କ’ଣ ହେବ ତାହାକୁ ନେଇ ଆଲୋଚନା ଚାଲିଛି। ଏହାସହ ‘ଇଣ୍ଡିଆ ମେଣ୍ଟ ଓଡ଼ିଶା’ ସଂପର୍କରେ ଆବାହକ ପ୍ରସାଦ ହରିଚନ୍ଦନଙ୍କ ସହ ଦଳମାନେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ସବୁକିଛି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅପରପକ୍ଷରେ ‘ଇଣ୍ଡିଆ ମେଣ୍ଟ ଓଡ଼ିଶା’କୁ ନେଇ ମଧ୍ୟ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରୁନି। ଯଦିଓ କଂଗ୍ରେସ ପକ୍ଷରୁ ଚଳିତମାସ ଆରମ୍ଭରୁ ଅନ୍ୟ ସହଯୋଗୀ ଦଳମାନଙ୍କ ସହ ଆଲୋଚନା ହୋଇଥିଲା, ମାତ୍ର ସିଟ୍ ବୁଝାମଣା ନେଇ କୌଣସି ବାଟ ଫିଟି ନ ଥିବାରୁ ଅନ୍ୟ ଦଳ ଏକପ୍ରକାର ଦ୍ବନ୍ଦ୍ବରେ ରହିଛନ୍ତି। ସ୍ଥିତି ଏମିତି ହୋଇଛି ଫରୱାର୍ଡ ବ୍ଲକ୍ ଇଣ୍ଡିଆ ମେଣ୍ଟ ଓଡ଼ିଶାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ନିକଟରେ ଦଳର ହୋଇଥିବା ରାଜ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଗକୁ କୋଲକାତାରେ ହେବାକୁ ଥିବା ଦଳର କେନ୍ଦ୍ରୀୟ କମିଟି ବୈଠକରେ ମଧ୍ୟ ଏହି କଥା ଜଣାଇ ଦିଆଯିବ।
ଫରୱାର୍ଡ ବ୍ଲକ୍ର ଜଣେ ସଦସ୍ୟ କହିଛନ୍ତି, ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କୁ ନେଇ ଆଗକୁ ବଢ଼ିବା ଲାଗି କଂଗ୍ରେସର କୌଣସି ଉଦ୍ୟମ ନାହିଁ। ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଆଉ ବିଳମ୍ବ କରିବାକୁ ଚାହୁଁନାହିଁ। ଏମିତିରେ ବି ଜାତୀୟସ୍ତରରେ ଇଣ୍ଡିଆ ମେଣ୍ଟ ଏବେ କେବଳ ୧୦ ଦଳକୁ ନେଇ ସୀମିତ ରହିଯାଇଛି। ତେଣୁ ଫରୱାର୍ଡ ବ୍ଲକ୍ ଆଉ ରାଜ୍ୟ ମେଣ୍ଟରେ ନ ରହିବାକୁ ନିଷ୍ପତ୍ତି ନେଇଛି। ଖୁବଶୀଘ୍ର କୋଲକାତାରେ ହେବାକୁ ଥିବା ଦଳର ଜାତୀୟ କମିଟି ବୈଠକରେ ରାଜ୍ୟ କମିଟି ନେଇଥିବା ନିଷ୍ପତ୍ତିକୁ ପାରିତ କରାଯିବ ବୋଲି ସେ କହିଛନ୍ତି। ସେହିପରି ‘ଇଣ୍ଡିଆ ମେଣ୍ଟ ଓଡ଼ିଶା’ର ସହଯୋଗୀ ଦଳମାନଙ୍କୁ ରାଜ୍ୟର ୪ଟି ସ୍ଥାନରେ ବଡ଼ ସମାବେଶ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଏଥିରେ ରାୟଗଡ଼ା, ରାଉରକେଲା, ବାଲେଶ୍ବର ଓ ବ୍ରହ୍ମପୁରଠାରେ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳର ଜାତୀୟ ସ୍ତରର ନେତା ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥାନ୍ତେ। ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରି ଦିଆଗଲା। ବରଂ ଶେଷ ମୁହୂର୍ତ୍ତରେ କିଛି ସିଟ୍ କଂଗ୍ରେସ ବାମପନ୍ଥୀ ଦଳକୁ ଛାଡ଼ିପାରେ ବୋଲି ଆଲୋଚନା ହେଉଛି।
[ad_2]