ରାଜନୀତି

ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ – Kalinga News

[ad_1]

ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି।

ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଦୁଇ ଦଳର ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।

ଏସ୍‌ପି ନେତା ଅରବିନ୍ଦ କୁମାର ସିଂହ ମୁଖ୍ୟ ନିର୍ବର୍ାଚନ ଅଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଆମ୍ବେଦକର ନଗର ପ୍ରଶାସନ ସପା ପ୍ରାର୍ଥୀଙ୍କୁ ଗୃହବନ୍ଦୀ ରଖି ନିର୍ବାଚନକୁ ପ୍ରଭାବିତ କରୁଛି। ନିରପେକ୍ଷ ମତଦାନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ଦୃଷ୍ଟି ଦେବା ଦରକାର ବୋଲି ସେ କହିଛନ୍ତି।

ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ପୁଲିସ ବର୍ମାଙ୍କ ଘରେ ଚଢ଼ାଉ କରିଥିଲା। କିନ୍ତୁ ପୁଲିସ କିଛି ଖୋଜିବାକୁ ଚାହୁଁ ନଥିଲା କି କିଛି ପାଇ ନଥିଲା। ଲାଲଜୀ ବର୍ମାଙ୍କ ସଚ୍ଚୋଟ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ମନ୍ଦ କାର୍ଯ୍ୟ। ଯାହା ଅତ୍ୟନ୍ତ ନିନ୍ଦନୀୟ! ଏହା ପରାଜିତ ବିଜେପିର ନିରାଶା ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶ କଂଗ୍ରେସ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ବିଜେପି ସରକାର ପରାଜୟ ଭୟରେ ଏତେ ଭୟଭୀତ ଯେ ସେମାନେ ଖୋଲାଖୋଲି ଏକଛତ୍ରବାଦର ଆଶ୍ରୟ ନେଇଛନ୍ତି।

ଆମ୍ବେଦକର ନଗରରୁ ‘ଇଣ୍ଡିଆ’ ମେଣ୍ଟ ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଗୃହବନ୍ଦୀ କରାଯାଇଥିବା ସୂଚନା ମିଳିଛି ବୋଲି ଦଳ କହିଛି। ସରକାରୀ କଳର ଅପବ୍ୟବହାର କରି ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀଙ୍କୁ ଘରୁ ବାହାରକୁ ଆସିବାକୁ ଦିଆଯାଉନାହିଁ ଏବଂ ଭୋଟରଙ୍କୁ ଧମକ ଦିଆଯାଉଛି ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ଦଳ କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button