ସଂସଦରେ ଶେଷ ହେବାକୁ ଯାଉଛି ମନମୋହନ ଯୁଗ – Kalinga News

[ad_1]
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭା ଛାଡ଼ି ରାଜ୍ୟସଭାକୁ ଯିବା ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣା । ତେବେ ଗୋଟିଏ ପଟେ ଏହି ଘଟଣା ଘଟୁଥିବାବେଳେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି । ତାହା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ଏବଂ ତାଙ୍କ ସଂସଦୀୟ ଇନିଂସ୍ ଶେଷ ହେବାକୁ ଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଥିବା ଶ୍ରୀ ସିଂହ ରାଜ୍ୟସଭାରେ ଷଷ୍ଠ ପାଇଁ ମନୋନୀତ ହୋଇଥିଲେ । ଭାରତୀୟ ଅର୍ଥନୀତିରେ ସଂସ୍କାରର ସ୍ଥାପତି କୁହାଯାଉଥିବା ସିଂହ ଏପ୍ରିଲ ପ୍ରାରମ୍ଭରେ ତାଙ୍କର ସଂସଦୀୟ କାର୍ଯ୍ୟକାଳ ଶେଷ କରିବେ। ସୋନିଆ ଗାନ୍ଧି ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରୁଥିବା ବେଳେ ସିଂହ ରାଜ୍ୟସଭା ଛାଡୁଛନ୍ତି। ମନମୋହନ ସିଂହଙ୍କ ୬ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଖାଲି ପଡ଼ିଥିବା ରାଜସ୍ଥାନର ସେହି ଆସନରୁ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ପ୍ରବେଶ କରିବେ।
ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ହେବା ପରେ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଥିବା ୯୨ ବର୍ଷୀୟ ସିଂହ ୧୯୯୯ରେ ଦକ୍ଷିଣ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ତାଙ୍କୁ ଭାରତୀୟ ଜନତା ପାର୍ଟିର ବିଜୟ କୁମାର ମାଲହୋତ୍ରା ପରାସ୍ତ କରିଥିଲେ। ଲୋକସଭା ନିର୍ବାଚନର ପରାଜୟ ପରେ ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ କ୍ରମାଗତ ଭାବେ ଜାରି ରହିଥିଲା, ଯଦିଓ ଏହା ପରେ ସେ ଆଉ କେବେ ଲୋକସଭା ନିର୍ବାଚନ ଲଢ଼ିନଥିଲେ। ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ପାଖାପାଖି ୩ ମାସ ପରେ ଅକ୍ଟୋବର ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭାର ସଦସ୍ୟ ହୋଇଥିଲେ। ସେ ୧୯୯୧ ଅକ୍ଟୋବର ପହିଲାରୁ ୨୦୧୯ ଜୁନ୍ ୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ଆସାମରୁ ରାଜ୍ୟସଭାର ସଦସ୍ୟ ଥିଲେ। ଏହାପରେ ଅଗଷ୍ଟ ୨୦, ୨୦୧୯ରୁ ଏପ୍ରିଲ ୩, ୨୦୨୪ ପର୍ଯ୍ୟନ୍ତ ସେ ପୁଣି ଥରେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
[ad_2]