ଅଧିକ ଖାଉ ନଥିଲେ ବି ମୋଟା ହୋଇଯାଉଛନ୍ତି କି?

ଆଜିକାଲି ଦୁନିଆରେ ଲୋକ ମାନେ ବହୁତ ବ୍ୟସ୍ତତା ଭିତରେ ରହୁଛନ୍ତି । ଯାହା ଦ୍ଵାରା କିଛି ମହିଳା ମାନେ ନିଜର ବ୍ୟସ୍ତ ବହୁଳ ଜୀବନରେ ଖାଦ୍ୟପେୟର ସନ୍ତୁଳନ ରକ୍ଷା କରିପାରୁ ନାହାନ୍ତି । କିଛି ମହିଳା ମାନେ ଡେରିରେ ଖାଇବା ଯୋଗୁ ସେମାନଙ୍କର ଭଲ ଭାବେ ହଜମ କ୍ରିୟା ହୋଇ ନ ଥାଏ । ଯାହା ପାଇଁ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଆଜିକାଲି ମହିଳାଙ୍କ ଠାରେ ମୋଟାପଣ ଅଧିକ ଦେଖା ଯାଉଛି ଯାହା ସବୁଠାରୁ ଚିନ୍ତା ଜନକ ବିଷୟ ଅଟେ ।
ତେଣୁ ଦହି ଖାଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଦହି ପାଣିରେ ଯେଉଁ ଭିଟାମିନ ରହିଛି ତାହା ବାହାରେ ମିଳୁଥିବା ଦହିରେ ନ ଥାଏ । ଏହା ସହ ପ୍ରତେକ ଦିନ ଛୋଟ ପିଲା ହେଉ ବା ବଡ ମଣିଷ ହେଉ ଶାଗ ଖାଇବା ଉଚିତ । ଏହା ବ୍ଯତୀତ ସାଲାଟ ମଧ୍ୟ ନିଜ ଡାଏଟ ରେ ଆଡ କରିବା ଉଚିତ । ଯେଉଁଥିରେ ଗାଜର, ବିଟ, ମୂଳା, କୋବି ଓ ଯେଉଁ ଲଙ୍କା ଗୁଡିକ ଅଧିକ ରାଗ ନୁହେଁ ତାହାର ସେବନ କରି ପାରିବେ ।
ସାଲାଟ ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । ଆପଣ ଏହାକୁ ସକାଳର ଜଳଖିଆ ସମୟରେ ନେଇ ପାରିବେ । ଯଦି ଆପଣଙ୍କର ଓଜନ ଅଧିକ ରହିଥାଏ ତେବେ ବିଭିନ୍ନ ପ୍ରକାରର ଫଳର ସାଲାଟ କରି ଆପଣ ରାତିରେ ଖାଇ ପାରିବେ । ଫଳ ରସ ସବୁବେଳେ ସେବନ କରିବା ବଦଳରେ ଅଧିକ ଫଳ ଖାଇବା ଚେଷ୍ଟା କରନ୍ତୁ । କାରଣ ଫଳରେ ଫାଇଭର ରହିଛି କିନ୍ତୁ ଫଳ ର୍ସରେ କେବଳ ତାର ପାଣି ରହିଥାଏ ।
ଖାଇବା ସମୟରେ ଭଲ ଭାବେ ଚୋବାଇ ଚୋବାଇ ଖାଇବା ଉଚିତ । ଯାହା ଦ୍ଵାରା ଆପଣଙ୍କର ହଜମ କ୍ରିୟା ଠିକ ଭାବେ ହୋଇ ପାରିବ । ଆପଣ ଗୋଟିଏ ଜିନିଷକୁ ୪ରୁ ୬ ଥର ଖାଇ ପାରିବେ । ଖାଇବା ସମୟରେ ଆପଣ ଟିଭି ଓ ମୋବାଇଲ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଖାଦ୍ୟରେ ଥିବା ପୋଷଣ ଆମ ଶରୀରକୁ ଠିକ ଭାବେ ମିଳିବ ନାହି ।
ଏହା ସହ ପ୍ରତି ଦିନ ବ୍ୟାୟାମ ବା ଯୋଗ ପ୍ରତି ଦିନ ୧୫ ମିନିଟ ଯାଏଁ କରନ୍ତୁ । ଏହା ଦ୍ଵାରା ଶରୀର ଫୁର୍ତ୍ତି ରହିବା ସହ ଖାଦ୍ୟ ଠିକ ଭାବେ ଡାଇଜେସନ ହୋଇ ପାରିବ । ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କର ମୋଟାପଣ ଦୂର ହେବା ସହ ଅଧିକ ସମୟ ଯାଏଁ ଆପଣ ଆକ୍ଟିଭ ରହିବେ ।