ଅଫିସ ଭିତରେ ଉନ୍ମତ୍ତକାଣ୍ଡ: ନିର୍ବାହୀ ଅଧିକାରୀଙ୍କୁ ଜାଳି ହତ୍ୟା ଉଦ୍ୟମ – Kalinga News

[ad_1]
ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ଆଜି ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରାଯାଇଛି। ନିଜ ଘରକୁ ରାସ୍ତା ଛାଡ଼ିବାକୁ ବାରମ୍ବାର ଗୁହାରି ପରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ବଡ଼ବିଲ ଅଞ୍ଚଳର ଅଭିଷେକ ଗୁପ୍ତାକୁ ଗିରଫ କରିଛି। ବଡ଼ବିଲ ବଜାରରେ ଅଭିଷେକ ଗୁପ୍ତା କିଛିବର୍ଷ ତଳେ ଏକ ପଟ୍ଟାଭୁକ୍ତ ଜମି କିଣି ଗୃହ ନିର୍ମାଣ କରିଥିଲେ। ଉକ୍ତ ଜମି ଆଗରେ ୧୯୬୭ରୁ ବଡ଼ବିଲ ପୌରପାଳିକାର ତିନିଟି ଦୋକାନଘର ଥିଲା। ସମ୍ପୃକ୍ତ ଦୋକାନୀମାନେ ଏହି ଜମିର କିଛି ଅଂଶ ଜବରଦଖଲ କରିଥିଲେ। ଘରକୁ ଯିବାକୁ ସଂକୀର୍ଣ୍ଣ ପାଦଚଲା ରାସ୍ତା ଥିବାରୁ ଘର ଆଗରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରିଥିଲେ। ବଡ଼ବିଲ ତହସିଲଦାରଙ୍କ ନିର୍ଦେଶକ୍ରମେ ଆର୍ଆଇ ଯାଇ ଜମି ମାପଚୁପ କରିଥିଲେ। ଦୋକାନୀମାନେ ଜବରଦଖଲ କରିଥିବା ଜମି ଚିହ୍ନଟ ହୋଇଥିଲା। କିନ୍ତୁ ଜବରଦଖଲ ହଟାଇବା ପାଇଁ ପଦକ୍ଷେପ ନିଆଯାଇ ନଥିଲା। ଏହାକୁ ନେଇ ଅଭିଷେକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପୌରପାଳିକା ପକ୍ଷରୁ ଅଭିଷେକଙ୍କ ପଟ୍ଟାଭୁକ୍ତ ଜମିରୁ ଜବରଖଲ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଅଭିଷେକ ତାଙ୍କ ଘର ଆଗରେ ଥିବା ତିନିଟି ଦୋକାନ ଘରକୁ ଭାଙ୍ଗିବା ପାଇଁ ବାରମ୍ବାର ପୌରପାଳିକା କାର୍ଯ୍ୟାଳୟକୁ ଆସି ନିର୍ବାହୀ ଅଧିକାରୀଙ୍କୁ ଭେଟୁଥିଲେ। ହେଲେ କୌଣସି ସୁଫଳ ମିଳୁ ନଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପୌର କାର୍ଯ୍ୟାଳୟରେ ନିଜ ରୁମ୍ରେ ବସିଥିବା ବେଳେ ଅଭିଯୁକ୍ତ ଅଭିଷେକ ଗୁପ୍ତା ଦୁଇ ବୋତଲ ପେଟ୍ରୋଲ ଧରି ପହଞ୍ଚିଥିଲା। ଗୋଟିଏ ବୋତଲର ଠିପି ଖୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲା। ଆଉ ଗୋଟିଏ ବୋତଲ ପେଟ୍ରୋଲ ସେହି ରୁମ୍ ଭିତରେ ଢାଳି ପକେଟ୍ରୁ ଲାଇଟର୍ ବାହାର କରୁଥିବା ବେଳେ ଶ୍ରୀ ପଣ୍ଡା ତାଙ୍କୁ ଏକ ଧକ୍କା ମାରିବା ସହ ଖୁବ ଜୋରରେ ଚିତ୍କାର କରିଥିଲେ। କାର୍ଯ୍ୟାଳୟର କର୍ମଚାରୀମାନେ ଦୌଡ଼ି ଆସି ଯୁବକକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଏତଲାକ୍ରମେ ବଡ଼ବିଲ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।
[ad_2]