ଅପରାଧ

ସପ୍ତାହରେ ଟଙ୍କା ଡବଲ କରାଇଦେବାକୁ କହି ୮୫ ଲକ୍ଷ ଠକେଇ – Kalinga News

[ad_1]

ଭୁବନେଶ୍ବର: ଲୋଭରୁ କ୍ଷତି। ବିନା ପରିଶ୍ରମରେ ଲକ୍ଷପତି ହେବା ବୋକାମୀ। ସାଇବର ଠକମାନେ ଆଜିକାଲି ଲୋକଙ୍କୁ କମ୍‌ ପରିଶ୍ରମରେ ‌ଲକ୍ଷପତି ହେବାର ଲୋଭ ଦେଖାଇ ଠକୁଛନ୍ତି। ପୁଲିସ ପକ୍ଷରୁ ଓ ଗଣମାଧ୍ୟମରେ ସଚେତନମୂଳକ ଖବର ମଧ୍ୟ ପ୍ରକାଶିତ ହେଉଛି। କିନ୍ତୁ ଲୋକେ ଠକାମୀରୁ ବର୍ତ୍ତିପାରୁ ନାହାନ୍ତି। ସପ୍ତାହରେ ଟଙ୍କା ଡବଲ କରେଇଦେବାକୁ କହି ୮୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି।

ସାଇବର ଥାନା ଏସ୍‌ପି ଅଞ୍ଚନା ଟୁଡୁ କହିଛନ୍ତି, ପୁରୀର ଅଭିଯୋଗକାରୀ ବିଶ୍ୱଜିତ ମହାନ୍ତି ସାଇବର ଥାନାରେ ଠକ ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଠକ ପ୍ରକାଶ ଚନ୍ଦ୍ର ସ୍ୱାଇଁକୁ ଗିରଫ କରିଛି। ଜୁମ୍‌ରେ ଟ୍ରେ୍ଡ଼ିଂ ଆପରେ କେମିତି ଟଙ୍କା ନିବେଶ କରିବେ ସେନେଇ ଟ୍ରେନିଂ ନେଇଥିଲା ଠକ। ୮୫ଲକ୍ଷ ଟଙ୍କା ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଗିପ୍ଟ କାର୍ଡ କମ୍ପାନିରେ ଚାକିରି କରୁଥିଲା ଠକ। ଠକେଇ ଟଙ୍କାକୁ ଟ୍ରେ୍ଡ଼ିଂ ରେ ଲଗାଇଥିଲା ଠକ। ଟ୍ରେ୍ଡ଼ିଂରେ କ୍ଷତି ହେବା ପରେ ଲୋକଙ୍କୁ ଆଉ ଟଙ୍କା ଦେଇ ପାରିନଥିଲା ଠକ ପ୍ରକାଶ। ଅଭିଯୁକ୍ତ ପ୍ରକାଶ ଠାରୁ ମୋବାଇଲ ଜବତ କରିଛି ପୁଲିସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button