ରାଜନୀତି

ଦୁଇଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ଓଡ଼ିଶାରୁ ପୁଣି ଯିବେ କି ରାଜ୍ୟସଭା? – Kalinga News

[ad_1]

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଉ ଦୁଇ ଦିନ ଥିବା ବେଳେ ଓଡିଶାରୁ ୩ୟ ଚେହେରା କିଏ ହେବେ ସେନେଇ ଦ୍ବନ୍ଦ୍ବ ଦେଖାଯାଇଛି। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ସହ ଓଡିଶାରୁ କିଏ ଯିବେ ରାଜ୍ୟସଭା ସେନେଇ ଚର୍ଚ୍ଚା ହେଉଛି। ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା କରିବ, ନା ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ବି ଆଶା ଆଶଙ୍କା ଲାଗି ରହିଥିବାବେଳେ, ଆସନ୍ତାକାଲି (ବୁଧବାର) ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯାହାକି ଏବେ ଚର୍ଚ୍ଚା ବଢ଼ାଇଛି।

ଓଡିଶାରୁ ପୁଣି ରାଜ୍ୟସଭା ଯିବେ କି ଅଶ୍ୱିନୀ ବୈଷ୍ଣବ? ଅଶ୍ୱିନୀଙ୍କୁ ପୁଣି ସମର୍ଥନ ଦେବ କି ବିଜୁ ଜନତା ଦଳ? ଏ ପ୍ରଶ୍ନ ଉଠିବାର କାରଣ ହେଉଛି, ରାଜ୍ୟସଭା ନିର୍ବାଚନର ଚର୍ଚ୍ଚା ଭିତରେ ଆସନ୍ତାକାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅଶ୍ୱିନୀ ବୈଷ୍ଣବ। ତେଣୁ ଏଭଳି ଏକ ସମୟରେ ଅଶ୍ୱିନୀ ବୈଷ୍ଣବ ଓଡିଶା ଆସିବା, ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

କୁହାଯାଉଛି ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ରେସ୍ ପାଇଁ ଓଡିଶାରୁ ୩ୟ ପ୍ରାର୍ଥୀ ହେଇପାରନ୍ତି। ତାଙ୍କୁ ବିଜେଡି ସମର୍ଥନ ଦେଇପାରେ। ଆସନ୍ତାକାଲି ଓଡ଼ିଶା ଆସିବା ପରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ତେବେ ଯଦି ଅଶ୍ୱିନୀ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ନକରନ୍ତି, ତେବେ ଓଡିଶାରୁ ୩ୟ ରାଜ୍ୟସଭା ଚେହେରା କିଏ ହେବ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button