ରାଜନୀତି

କଳାହାଣ୍ଡି ଲୋକସଭା ଆସନ: ନୂଆପଡ଼ାରେ କଳାହାଣ୍ଡି ବିଜେପି ଆଶାୟୀଙ୍କ ବ୍ୟାନର – Kalinga News

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ରାଜନୀତି ସରଗରମ ଧରିଲାଣି। କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଆସନ ଉପରେ ଏବେ ସମସ୍ତଙ୍କର ଆଖି। ଜିଲ୍ଲାର ବିଭିନ୍ନ ଛକରେ ଲୋକସଭା ପାଇଁ ବିଜେପି ପକ୍ଷରୁ ଆଶାୟୀ ପ୍ରାର୍ଥୀମାନଙ୍କର ବହୁ ସଂଖ୍ୟାରେ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନରେ କଲାହାଣ୍ଡି ଲୋକସଭାରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ ତାହା ଜଣାପଡ଼ିନଥିଲେ ହେଁ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଛି।

୨୦୧୯ରେ କଳାହାଣ୍ଡି ଲୋକସଭା ପାଇଁ ବିଜେପିରୁ ବସନ୍ତ ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସରୁ ଭକ୍ତ ଚରଣ ଦାସ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ବସନ୍ତ ପଣ୍ଡା ବିଜୟୀ ହୋଇ ନୂଆପଡ଼ା ଜିଲ୍ଲାରୁ ପ୍ରଥମ କରି ଲୋକସଭାକୁ ଯାଇଥିଲେ। ୨୦୨୪ରେ ବିଜେପି ବହୁ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ବିଜେଡିର ପୂର୍ବତନ ସାଂସଦ ଅର୍କ କୋଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କର ​ବ୍ୟାନର ନୂଆପଡ଼ା ତଲିପଡ଼ାରେ ଦେଖିବାକୁ ମିଳିଛି। ସେହିପରି ପୂର୍ବ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭାରତ ଭୂଷଣ ଦେଓ ଓ ଭବେନ୍ଦ୍ର ପଣ୍ଡା ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଛନ୍ତି। ବସନ୍ତ ପଣ୍ଡା ସାଂସଦ ଥିବା ପରିପ୍ରେକ୍ଷୀରେ ତାଙ୍କର ବ୍ୟାନର, ପୋଷ୍ଟର ଲାଗିବା ସ୍ବାଭାବିକ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button