ଅପରାଧ

ଏଏସପି ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ କରିଥିବା ଅଭିଯୋଗ – Kalinga News

[ad_1]

ନୂଆଦିଲ୍ଲୀ: ଲକ୍ଷ୍ମୌରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଏଏସପିଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ଏଏସପିଙ୍କ ନାମ ରାହୁଲ ଶ୍ରୀବାସ୍ତବ ‌ବୋଲି ଜଣାପଡ଼ିଛି।

ଏଏସପି ରାହୁଲ ଶ୍ରୀବାସ୍ତବଙ୍କ ବିରୋଧରେ ଦୁଷ୍କର୍ମ ଓ ଗର୍ଭପାତ କରାଇଥିବା ଭଳି  ସଙ୍ଗୀନ ଅଭିଯୋଗ ହେବାପରେ ତାଙ୍କୁ ନିଲମ୍ବନ କରାଯାଇ ବିଭାଗୀୟ ଯାଞ୍ଚ ଆଦେଶ ଦିଆଯାଇଛି।

ପୀଡ଼ିତା ଛାତ୍ରୀ ଅଭିଯୋଗ କରି କହିଛନ୍ତି,‘ ଏଏସପି ରାହୁଲ ବାହାନା କରି ମୋତେ ହୋଟେଲକୁ ଡାକିଥିଲେ। ସେଠାରେ ସେ ମୋତେ  କିଛି ଖାଦ୍ୟ ଓ ପାନୀୟ ଦେଇଥିଲେ। ମୁଁ ତାହାକୁ ଖାଇବା ପରେ କ’ଣ ହୋଇଛି ଆଉ ଜାଣି ପାରି ନଥିଲି। ଚେତା ଆସିବା ପରେ ମୋ ସହ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲି। ତେବେ ଏହି ସମୟରେ ସାମ୍ନାରେ ଥିବା ପୁଲିସ ଅଧିକାରୀ କହିଥିଲେ ଯଦି ମୁଁ ଏହି ଘଟଣା ବିଷୟରେ କାହାକୁ କୁହେ ସେ ରଖିଥିବା ମୋର ଅଶ୍ଳୀଳ ଫଟୋ ଭାଇରାଲ କରି ଦେବେ।

ଏହା ଶୁଣି ମୁଁ ଭୟଭୀତ ହୋଇଯାଇଥିଲି। ମୋର ଦୁଃଖ ଯନ୍ତ୍ରଣାକୁ ଛାତି ତଳେ ଚାପି ରଖି ପୁଲିସ ଅଧିକାରୀ ଯେତେବେଳେ ଯେଉଁଠାକୁ ଡାକୁଥିଲେ ମୁଁ ଘରେ ମିଛ କଥା କହି ତାଙ୍କ ପାଖରେ ଯାଇ ପହଞ୍ଚି ଯାଇଥାଏ। ଏପରି ଭାବେ ମୁଁ କିଛିଦିନ ତଳେ ଅନ୍ତସ‌ତ୍ତ୍ବା ଥିବା ବି ଜାଣିବାକୁ ପାଇଥିଲି। ଏହି ଘଟଣା ବିଷୟରେ ପୁଲିସ ଅଧିକାରୀ ଜାଣିବା ପରେ ସେ ମୋର ଗର୍ଭପାତ ବି କରାଇଥିଲେ।

ଏସବୁ ନିର୍ଯାତନା ମୁଁ ଆଉ ସହ୍ୟ କରି ପାରିଲି ନାହିଁ। ମନକୁ ଦୃଢ଼ କଲି ସାମ୍ନାକୁ ଯାହାବି ଅସୁବିଧା ଆସିବ ଲଢ଼ିବ ବୋଲି ସ୍ଥିର କରି ପୁଲିସ ଅଧିକାରୀଙ୍କ ବିରୋଧରେ ଥ‌ାନାରେ ଅଭିଯୋଗ କରିଥିଲି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button