ମନୋରଞ୍ଜନ

ଛେଳି ବୁଝିପାରେ ମଣିଷର ମନୋଭାବ! – Kalinga News

[ad_1]

ମଣିଷ ସ୍ବରକୁ ଶୁଣି ଛେଳିମାନେ ମଣିଷର ମନର ଭାବକୁ ବୁଝିପାରିଥା’ନ୍ତି ବୋଲି ଗବେଷକମାନେ ଜାଣିପାରିଛନ୍ତି। ବିଶେଷ କରି ଜଣେ ବ୍ୟକ୍ତି ଖୁସିରେ ବା ଦୁଃଖରେ ଅଛି ନା ବିରକ୍ତ ହେଉଛି, କଣ୍ଠସ୍ବରରୁ ଛେଳିମାନେ ତାହା ଠଉରାଇପାରନ୍ତି। ମଣିଷ ପାଖରେ ଦୀର୍ଘ କାଳ ଧରି ଚଳପ୍ରଚଳ ହୋଇ ଆସିଥିବାରୁ ଛେଳିମାନେ ଏପରି ଦକ୍ଷତା ଆହରଣ କରିପାରିଛନ୍ତି ବୋଲି ହଂକଂ ସ୍ଥିତ ସିଟି ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ସତେଇଶଟି ବିଭିନ୍ନ ପ୍ରଜାତି ଓ ବୟସର ଉଭୟ ମାଈ ଓ ଅଣ୍ଡିରା ପୋଷା ଛେଳିଙ୍କୁ ଏକ ଅନୁଧ୍ୟାନରେ ସାମିଲ କରାଯାଇଥିଲା।

ମଣିଷମାନଙ୍କ କଣ୍ଠସ୍ବରରୁ ସେମାନଙ୍କ ମନର ଭାବକୁ ତର୍ଜମା କରି ଛେଳିମାନେ ନିଜ ବୋବାଳିରେ ଅନୁରୂପ ପ୍ରତିକ୍ରିୟା ଦର୍ଶାଇଥା’ନ୍ତି ବୋଲି ଜଣାପଡ଼ିଥିଲା। ସେହିପରି କୁକୁର ଓ ଘୋଡ଼ାଙ୍କ ପରି ଛେଳିମାନେ ମଧ୍ୟ ମନୁଷ୍ୟର ମୁହଁର ଭାବକୁ ଚିହ୍ନିପାରିଥା’ନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ତେବେ ମନୁଷ୍ୟର କଣ୍ଠସ୍ବର ଦ୍ବାରା ଛେଳି ପରି ନିରୀହ ପ୍ରାଣୀମାନେ କିପରି ପ୍ରଭାବିତ ହୋଇଥା’ନ୍ତି, ସେ ଦିଗରେ ଅଧିକ ଗବେଷଣା ଲୋଡ଼ା ବୋଲି ଏହି ଗବେଷକମାନେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button