ମନୋରଞ୍ଜନ

ଆଜି ଘରେ ବନାନ୍ତୁ କିଛି ଖାସ୍‌, ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ମୋମୋଜ’

ସମସ୍ତଙ୍କୁ ମୋମୋଜ୍‌ ବହୁତ ପସନ୍ଦ ହୋଇଥାଏ। ଆପଣ ତ ନିହାତି ମୋମୋଜର ସ୍ୱାଦ ଚାଖିଥିବେ। ଘରେ ଅଧିକାଂଶ ଷ୍ଟିମ ମୋମୋଜ୍‌ କିମ୍ବା ଫ୍ରାଲଡ୍‌ ମୋମୋଜ୍‌ ପ୍ରସ୍ତୁତ କରାଯାଏ। କିନ୍ତୁ କଣ ଆପଣ କେବେ ‘ତନ୍ଦୁରୀ ମୋମୋଜ୍‌’ର ସ୍ୱାଦ ନେଇଛନ୍ତି ଯାହା ସବୁଠାରୁ ହଟକର୍‌ ଆଉ ଟେଷ୍ଟୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଜବାବ ସ୍ୱାଦରେ ଭରପୂର ‘ତନ୍ଦୁରୀ ମୋମୋଜ’ ପ୍ରସ୍ତୁତ କରିବାର ଉପାୟ।

ସାମଗ୍ରୀ

-ଦେଢ଼ କପ୍‌ ମଇଦା
-୧/୪ ଟେବୁଲ ଚାମଚ ଲୁଣ
-୧ ଟେବୁଲ ଚାମଚ ତେଲ
-୧/୨ କପ୍‌ ପାଣି

ଷ୍ଟଫିଙ୍ଗ୍‌ ପାଇଁ ଆବଶ୍ୟକ ସାମଗ୍ରୀ

-୨ ଟେବୁଲ ଚାମଚ ତେଲ
-ଗୋଟିଏ ରସୁଣ କୋଲା
-ଗୋଟେ ଗାଜର କଦ୍ଦୁକସ୍‌ ହୋଇଥିବା
-୧/୨ କପ୍‌ କଟା ପିଆଜ
-୨ କପ୍‌ ବନ୍ଧାକୋବି କଦ୍ଦୁକସ୍‌ ହୋଇଥିବା
-୧/୨ ଚାମଚ ଲଙ୍କା ଗୁଣ୍ଡ
-୧/୨ ଚାମଚ ଲୁଣ
-ଧନିଆ ପତ୍ର ଅଳ୍ପ କଟା ହୋଇଥିବା

momosତନ୍ଦୁରୀ ମେରିନେସନ୍‌ ପାଇଁ ସାମଗ୍ରୀ

-୧/୨ କପ୍‌ ଦହି
-୧ ଚାମଚ ଅଦା ରସୁଣ ପେଷ୍ଟ
-୧/୪ ଚାମଚ ହଳଦି
-୧ ଚାମଚ ଲାଲ ଲଙ୍କା ପାଉଡର
-୧/୨ ଚାମଚ ଗରମ ମସଲା
-୧ ଚାମଚ କସ୍ତୁରୀ ମେଥି
-୧ ଚାମଚ ଲେମ୍ବୁ ରସ
-୧ ଚାମଚ ତେଲ
-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଅଧା କପ୍‌ ଦହି ପକାନ୍ତୁ। ସେଥିରେ ଏକ ଚାମଚ ଅଦା ରସୁଣ ପେଷ୍ଟ, ହଳଦି, ଲଙ୍କା ଗୁଣ୍ଡ, ଗରମ ମସଲା, କସ୍ତୁରୀ ମେଥି, ଲେମ୍ବୁ ରସ, ତେଲ ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଯେଉଁଥିରେ ମସଲା ଯେମିତି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ। ମୋମୋଜକୁ ମେରିନେସନରୁ କାଟି ଏକ ଘଣ୍ଟା ପଯ୍ୟର୍ନ୍ତ ଛାଡି ଦିଅନ୍ତୁ।
କଡାରେ ଦୁଇ ଚାମଚ ତେଲ ପକାଇ ଗରମ କରନ୍ତୁ ଏବଂ ସେଥିରେ ମ୍ୟାରିନେଟ୍‌ କରି ରଖିଥିବା ମୋମୋଜକୁ ପକାନ୍ତୁ। ମିଡିୟମ ଆଞ୍ଚରେ ଦୁଇ ମିନିଟ୍‌ ପଯ୍ୟର୍ନ୍ତ ରାନ୍ଧନ୍ତୁ। ଏହା ଗୋଟେ ପାଖ ହୋଇଗଲା ପରେ ଆଉ ଗୋଟେ ସାଇଡକୁ ଭଲଭାବେ ଫ୍ରାଏ କରନ୍ତୁ। ତନ୍ଦୁରୀ ମୋମୋଗ ଉପରେ ଚାଟ ମସଲା ଏବଂ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button