ଡିପଫେକ ଭିଡିଓ ଭାଇରାଲ ହେବ ପରେ ଏତଲା ରୁଜୁ କଲେ ରଣବୀର – Kalinga News

[ad_1]
ନୂଆଦିଲ୍ଲୀ: ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏତଲା ରୁଜୁ କଲେ ବଲିଉଡ ଅଭିନେତା ରଣବୀର ସିଂ | ରଣବୀର ସିଂଙ୍କ ମୁଖପାତ୍ର ଏହି ଖବରକୁ ନିଶ୍ଚିତ କରିଛନ୍ତି | ଯେଉଁ ଆକାଉଣ୍ଟରୁ ଭିଡିଓଟି ସେୟାର କରାଯାଇଥିଲା ସେହି ଆକାଉଣ୍ଟ ବିରୋଧରେ ରଣବୀର ଏତଲା ରୁଜୁ କରିଥିବା ସାମ୍ନାକୁ ଆସିଛି |
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବଲିଉଡ ଅଭିନେତା ରଣବୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁଥିବା ଦେଖାଯାଇଥିଲା। ପରେ ଭିଡ଼ିଓଟି ନକଲି ଓ ଡିପଫେକ କରାଯାଇଥିବା ଜଣାପଡିଥିଲା | ଏନେଇ ଅଭିନେତାଙ୍କୁ ଟ୍ରୋଲ କରାଯିବାରୁ ସେ ଏତଲା ରୁଜୁ କରିଥିବା ଜଣାପଡିଛି |
ମୂଳ ଭିଡିଓରେ ରଣବୀର ସିଂ ବାରାଣସୀ ବୁଲିବା ପରେ ନିଜର ଅଭିଜ୍ଞତା ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକଙ୍କୁ ଐତିହ୍ୟ ସହ ଯୋଡିବାର ଉଦ୍ଦେଶ୍ୟ ବିଷୟରେ ବୁଝାଉଥିଲେ। ହେଲେ ଡିପଫେକ ହୋଇଥିବା ଭିଡିଓରେ ସେ ତାହାର ଠିକ ବିପରୀତ କଥା କହୁଥିବା ଦେଖିବାକୁ ମିଳିଥିଲା | ସେ କହୁଥିଲେ ଯେ, “ଦେଶରେ ଥିବା ବିଭିନ୍ନ ସମସ୍ୟା ପାଇଁ ମୋଦୀଜୀ ଦାୟୀ | ଯେଉଁମାନେ ଦେଶ ବିଷୟରେ ଚିନ୍ତା କରନ୍ତି ସେମାନେ ନ୍ୟାୟ ପାଇଁ ଭୋଟ୍ ଦେବେ। ନ୍ୟାୟ ପାଇଁ ଭୋଟ୍ ଦିଅ, କଂଗ୍ରେସକୁ ଭୋଟ୍ ଦିଅ |”
[ad_2]




