ଘର ତିଆରି କରିବାକୁ ଅଯୋଧ୍ୟାରେ ଜାଗା କିଣିଲେ ଅମିତାଭ ବଚ୍ଚନ – Kalinga News

[ad_1]
ମୁମ୍ବାଇ: ଘର ତୋଳିବାକୁ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାର ‘ଦି ସରଯୁ’ରେ ପ୍ଲଟ୍ କିଣିଥିବା କଥା ‘ହିନ୍ଦୁସ୍ଥାନ ଟାଇମ୍ସ୍’ ରିପୋର୍ଟ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
‘ଦି ସରଯୂ’ ହେଉଛି ମୁମ୍ବାଇସ୍ଥିତ ଡେଭ୍ଲପର୍ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ଦ୍ବାରା ଅଯୋଧ୍ୟାରେ ବିକଶିତ ଏକ ‘ସେଭେନ୍-ଷ୍ଟାର୍’ ‘ମିକ୍ସ୍ଡ୍-ୟୁଜ୍ ଏନ୍କ୍ଲେଭ୍’।
ବଚ୍ଚନ କିଣିଥିବା ପ୍ଲଟ୍ ବା ଜାଗାର ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି। କିନ୍ତୁ, ‘ରିୟଲ୍ ଇଷ୍ଟେଟ୍’ ଶିଳ୍ପସୂତ୍ରରୁ ଜଣାପଡ଼ିଛି ଯେ, ବଚ୍ଚନ ଯେଉଁ ପ୍ଲଟ୍ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍ ହେବ। ତା’ର ମୂଲ୍ୟ ୧୪.୫ କୋଟି ଟଙ୍କା।
‘ଦି ସରଯୂ’ ୫୧ ଏକର ଜମି ଉପରେ ପରିବ୍ୟାପ୍ତ। ଏହି ପ୍ରକଳ୍ପରେ ଅର୍ଥ ବିନିଯୋଗ ବିଷୟରେ ଅମିତାଭ ବଚ୍ଚନ କହିଛନ୍ତି, ଅଯୋଧ୍ୟା ନଗରୀ ପାଇଁ ମୋ ମନରେ ବିଶେଷ ଶ୍ରଦ୍ଧା ରହିଥିବାରୁ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ଙ୍କ ‘ଦି ସରଯୂ’ ପାଇଁ ମନ ବଳାଇଲି। ଅଯୋଧ୍ୟାର ଚିରସ୍ଥାୟୀ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ସମୃଦ୍ଧି ଏଭଳି ଆବେଗିକ ସମ୍ବନ୍ଧ ସୃଷ୍ଟି କରିଛି ଯାହା ଭୌଗୋଳିକ ସୀମାସରହଦ ମାନେନାହିଁ। ଏହା ହେଉଛି ଅଯୋଧ୍ୟାର ଆବେଗ ମଧ୍ୟକୁ ପ୍ରବେଶ କରିବା ଲାଗି ନିଷ୍ଠାପର ଯାତ୍ରାର ଅୟମାରମ୍ଭ। ଅଯୋଧ୍ୟା, ଯେଉଁଠି ପରମ୍ପରା ଓ ଆଧୁନିକତା ଅବାଧରେ ସହାବସ୍ଥାନ କରନ୍ତି। ଏଭଳି ନିବିଡ଼ ଘନିଷ୍ଠତା ମତେ ଖୁବ୍ ପ୍ରଭାବିତ କରେ। ଏଭଳି ବୈଶ୍ବିକ ଆଧ୍ୟାତ୍ମିକ ରାଜଧାନୀରେ ମୁଁ ଘରଟିଏ ତୋଳିବାକୁ ଚାହେଁ।
‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ର ଅଧ୍ୟକ୍ଷ ଅଭିନନ୍ଦନ ଲୋଢ଼ା କହିଛନ୍ତି, ‘ଦି ସରଯୂ’ର ପ୍ରଥମ ବାସିନ୍ଦା ବଚ୍ଚନଙ୍କୁ ସ୍ବାଗତ କରିବା ଲାଗି ଆମେ ପୁଲକିତ ହୋଇ ରହିଛୁ।
ସୂଚନାଯୋଗ୍ୟ, ଅମିତାଭଙ୍କ ଜନ୍ମସ୍ଥାନ ଆହ୍ଲାବାଦ (ପ୍ରୟାଗରାଜ) ଠାରୁ ଅଯୋଧ୍ୟାର ଦୂରତ୍ବ ୪ ଘଣ୍ଟା ମାତ୍ର।
[ad_2]